ETV Bharat / city

Brazil Para-Badminton International: ଦୁଇଟି କାଂସ୍ୟ ପଦକ ଜିତିଲେ ପ୍ରମୋଦ ଭଗତ

author img

By

Published : Apr 26, 2022, 7:00 AM IST

Brazil Para-Badminton International: ଦୁଇଟି କାଂସ୍ୟ ପଦକ ଜିତିଲେ ପ୍ରମୋଦ ଭଗତ
Brazil Para-Badminton International: ଦୁଇଟି କାଂସ୍ୟ ପଦକ ଜିତିଲେ ପ୍ରମୋଦ ଭଗତ

ବ୍ରାଜିଲ ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି ଓଡ଼ିଆ ପାରାଲମ୍ପିଆନ ପ୍ରମୋଦ ଭଗତ । ଏହି ପଦକକୁ ମିଶାଇ ସୋମବାର ସୁଦ୍ଧା ଭାରତ ମୋଟ ୨୮ଟି ପଦକ ହାସଲ କରିଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ବ୍ରାଜିଲ ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି ଓଡ଼ିଆ ପାରାଲମ୍ପିଆନ ପ୍ରମୋଦ ଭଗତ । ଏହି ପଦକକୁ ମିଶାଇ ସୋମବାର ସୁଦ୍ଧା ଭାରତ ମୋଟ ୨୮ଟି ପଦକ ହାସଲ କରିଛି । ଭାରତୀୟ ପାରା ବ୍ୟାଡମିଣ୍ଟନ ସ୍କ୍ବାଡ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ମୋଟ ୮ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୧୩ଟି କାଂସ୍ୟ ପଦକ ହାସଲ କରି ସାରିଛି ।

SL-3 କାଟାଗାେରୀର ସେମିଫାଇନାଲ ମ୍ୟାଚ୍‌ରେ କୁମାର ନିତେଶଙ୍କ ଠାରୁ ତିନୋଟି ସେଟ୍‌ରେ ପରାଜିତ ହୋଇଥିଲେ । ପ୍ରମୋଦଙ୍କୁ ନିତେଶ ୭-୨୧, ୨୧-୧୯ ଓ ୧୯-୨୧ ପଏଣ୍ଟରେ ପରାଜିତ କରିଥିଲେ । ସେ ଫାଇନାଲ ମ୍ୟାଚ୍‌ରେ ଜାପାନର ଖେଳାଳିଙ୍କୁ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେପଟେ ମିଶ୍ରିତ ଯୁଗଳ ବର୍ଗର ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦ ଭଗତ ଓ ପଲକ କୋହଲିଙ୍କୁ ତିନୋଟି ସେଟ୍‌ରେ ପରାଜିତ କରିଥିଲେ ଜାପାନର ଯୋଡ଼ି । ଏହାପରେ ଉଭୟ କାଂସ୍ୟ ପଦକ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଥିଲେ । ଯାହା ଫଳରେ ଉଭୟ ଦେଶ ପାଇଁ ପଦକ ହାସଲ କରି ପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.