ETV Bharat / city

Russia-Ukraine Conflict: ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ବୃଦ୍ଧି ପାଇପାରେ ତେଲ ଦର

author img

By

Published : Feb 18, 2022, 8:02 PM IST

Russia-Ukraine Conflict: ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ବୃଦ୍ଧି ପାଇପାରେ ତେଲ ଦର
Russia-Ukraine Conflict: ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ବୃଦ୍ଧି ପାଇପାରେ ତେଲ ଦର

ପୁଣି ବୃଦ୍ଧି ପାଇପାରେ ତେଲ ଦର । ନିର୍ବାଚନ ପରେ ତେଲ ଦର ବଢିବା ନେଇ ଜଣାପଡ଼ିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଅନ୍ତର୍ଜାତୀୟ ବଜାରରେ ଦେଖାଦେଇଛି ଅସ୍ଥିରତା । ଫଳରେ ବୃଦ୍ଧି ପାଇପାରେ ତେଲ ଦର। ଅଶୌଧିତ ତେଲ ଦର 82 ଆମେରିକୀୟ ଡଲାରରୁ 93 ଡଲାର ପହଞ୍ଚିଥିବାରୁ ତେଲ ଦର ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି । ଏ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସଭାପତି ସଞ୍ଜୟ ଲାଠ ସୂଚନା ଦେଇଛନ୍ତି ।

ପେଟ୍ରୋଲ ଡିଜେଲ ଦର 6 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି ସଞ୍ଜୟ ସୂଚନା ଦେଇଛନ୍ତି । ତେବେ ନିର୍ବାଚନ ପରେ ତୈଳ ଦର ଵୃଦ୍ଧି ପାଇବାର ସମ୍ଭାବନା ରହିଛି । ଗତ ନଭେମ୍ବର ୬ ତାରିଖ ଠାରୁ ତେଲ ଦର ବୃଦ୍ଧିରେ ସ୍ଥଗିତ ରଖାଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତେଲ ଦର ୮୨ ଡ଼ଲାରରୁ ଖସି ୬୯ ଡଲାରରେ ପହଞ୍ଚିଥିଲା ।

ମାତ୍ର ଋଷିଆ ଓ ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ଅଶୌଧିତ ତୈଳ ଦର ୯୫ ଡଲାରରେ ପହଞ୍ଚିଛି । ଏହା ୧୦୦ ଡ଼ଲାର ମଧ୍ୟ ପାର ହେବାର ସମ୍ଭାବନା ରହିଛି । ୮୨ ଡଲାର ତୈଳ ଦରକୁ ନେଇ ଏବେ ଦେଶରେ ପେଟ୍ରୋଲ ବିକ୍ରି ହେଉଛି । ତେବେ ଅନ୍ତର୍ଜାତୀୟ ବଜାରରେ ୧୦୦ ଡଲାର ହେଲେ ଆମ ଦେଶରେ ତେଲ ଦର ବଢିବ ବୋଲି କହିଛନ୍ତି ସଞ୍ଜୟ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.