ETV Bharat / city

ଭୋଟ ଦେଲେ OTDC ଅଧ୍ୟକ୍ଷା, ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ କଲେ ଆହ୍ୱାନ

author img

By

Published : Mar 24, 2022, 2:16 PM IST

Municipal Election: ଭୋଟ ଦେଲେ ଓଟିଡିସି ଅଧ୍ୟକ୍ଷା, ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ କଲେ ଆହ୍ୱାନ
Municipal Election: ଭୋଟ ଦେଲେ ଓଟିଡିସି ଅଧ୍ୟକ୍ଷା, ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ କଲେ ଆହ୍ୱାନ

ରାଜ୍ୟରେ ପୌରାଞ୍ଚଳ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହି କ୍ରମରେ ନିଜର ମତ ସାବ୍ୟସ୍ତ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ପୌର ନିର୍ବାଚନ । ସହରୀ ନେତା ବାଛୁଛନ୍ତି ଭୋଟର । ଏହି କ୍ରମରେ ନିଜର ମତ ସାବ୍ୟସ୍ତ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ୩୭ନମ୍ବର ୱାର୍ଡର ବୁଥ ନମ୍ବର ୩୮୫ରେ ନିଜର ମତ ଅଧିକାର ସାବ୍ୟସ୍ତ କରିଛନ୍ତି ଶ୍ରୀମୟୀ । ନଜର ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ ଜନସାଧାରଣଙ୍କୁ ଶ୍ରୀମୟୀ ଆହ୍ୱାନ କରିଛନ୍ତି ।

Municipal Election: ଭୋଟ ଦେଲେ ଓଟିଡିସି ଅଧ୍ୟକ୍ଷା, ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ କଲେ ଆହ୍ୱାନ

ଭୋଟ ଦେବା ପରେ ଶ୍ରୀମୟୀ କହିଛନ୍ତି ଯେ, ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ଆଜି ନିଜର ମତାଧିକାର ସାବ୍ୟସ୍ତ କଲି । ଗଣତନ୍ତ୍ରର ଏହି ମହାନ ପର୍ବ ଆମକୁ ନିଜର ପ୍ରତିନିଧି ଚୟନର କରିବାର ଅଧିକାର ଦେଇଛି । ଆସନ୍ତୁ ସମସ୍ତେ ମିଳିମିଶି ନିଜର ମୂଲ୍ୟବାନ ଭୋଟ ଦେଇ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା । ମତଦାନ ସବୁ ନାଗରିକଙ୍କ ମୌଳିକ ଅଧିକାର । ମୁଁ ମୋର ମୌଳିକ ଅଧିକାର ସାବ୍ୟସ୍ତ କରିଛି । ସମସ୍ତେ ନିଜର ମତ ଅଧିକାର ସାବ୍ୟସ୍ତ କରନ୍ତୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.