ETV Bharat / city

‘ନବୀନଙ୍କ 5ଟି ପ୍ରଚାର ଏକ ପ୍ରହସନ’

author img

By

Published : Sep 1, 2019, 6:06 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟ ପ୍ରଶାସନର 5ଟି କେବଳ ପ୍ରଚାର ପାଇଁ ଉଦ୍ଦିଷ୍ଟ । ଏହା ସରକାରଙ୍କ ଏକ ପ୍ରହସନ ବୋଲି ଅଭିଯୋଗ ଆଣିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ ।

ଭୁବନେଶ୍ବର: ରାଜ୍ୟ ପ୍ରଶାସନରେ 5ଟିକୁ ମୁଖ୍ୟମନ୍ତ୍ରୀଙ୍କର ଗୁରୁମନ୍ତ୍ର ଭାବରେ ପ୍ରଶାସନିକ ସ୍ତରରେ କାର୍ଯ୍ୟକାରୀ କରାଇବାକୁ ବ୍ୟାପକ ପ୍ରଚାର କରାଯାଉଛି । ଏହି 5ଟି ଏକ ମୁଖ୍ୟ ସ୍ଲୋଗାନ ଯାହା ପ୍ରଶାସନରେ ବ୍ୟାପକ ସ୍ବଚ୍ଛତା ରକ୍ଷା କରାଯାଉଛି । ଏହା କେବଳ ପ୍ରଚାର କରିବା ପାଇଁ ଉଦ୍ଦିଷ୍ଟ ଅଟେ ବୋଲି ରାଜ୍ୟ ସୂଚନା ଅଧିକାର ଅଭିଯାନ ଅଭିଯୋଗ କରିଛି ।

୨୦୦୫ ମସିହାରୁ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ରଖିବା ପାଇଁ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଆସୁଛି । ଏହି ଆଇନର ଧାରା ୪(୧) (ବି) ଅନୁଯାୟୀ ସମସ୍ତ ସରକାରୀ ବିଭାଗରେ ସ୍ବେଚ୍ଛାକୃତ ଭାବେ ୭ ପ୍ରକାରର ତଥ୍ୟ ସ୍ଥାନୀୟ ଭାଷା ଅର୍ଥାତ ଓଡ଼ିଆ ଭାଷାରେ ପ୍ରକାଶ କରିବେ । ଏହି ସବୁ ତଥ୍ୟ ପ୍ରତିବର୍ଷ ପ୍ରତି ବିଭାଗ ବା କର୍ତ୍ତୃପକ୍ଷ ଦ୍ବାରା ନବୀକରଣ ହେବା କଥା ।

ହେଲେ ରାଜ୍ୟ ସରକାର ଏହା କରୁନାହାନ୍ତି । ଖାଲି ମିଛ ପ୍ରଚାର କରି ଜନସାଧାରଣଙ୍କୁ ଭଣ୍ଡାଉଛନ୍ତି ବୋଲି କହିଛନ୍ତି ଓଡିଶା ସୂଚନା ଅଧିକାର ଅଭିଯାନ ରାଜ୍ୟ ମୁଖ୍ୟ ପ୍ରଦୀପ ପ୍ରଧାନ । ଶନିବାର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦୀପ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶା ସୂଚନା ଅଧିକାର ସଂଶୋଧନ ନିୟମାବଳୀ ୨୦୦୬ ଅନୁଯାୟୀ ପ୍ରତି ସରକାରୀ କାର୍ଯ୍ୟାଳୟରେ ଏକ ରେଜିଷ୍ଟର ରହିବା କଥା । ଯେଉଁ ନାଗରିକମାନେ ଉକ୍ତ ତଥ୍ୟ ହାସଲ କରିବାକୁ ଯିବେ ସେମାନଙ୍କର ସବିଶେଷ ବିବରଣୀ ରହିବା କଥା । କିନ୍ତୁ ରାଜ୍ୟ ସରକାର ତାହା ନକରି ସୂଚନା ଆଇନରେ ଏହି ବ୍ୟବସ୍ଥାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରିଛନ୍ତି ବୋଲି ପ୍ରଦୀପ କହିଛନ୍ତି ।

ରାଜ୍ୟ ସରକାର ଅନଲାଇନରେ ସୂଚନା ପାଇଁ ଆବେଦନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ବ୍ୟବସ୍ଥା ଦୀର୍ଘ ବର୍ଷ ଧରି ଅକାମୀ ହୋଇପଡିଛି । ତେଣୁ ସ୍ବଚ୍ଛ ଶାସନ ବା ସ୍ବଚ୍ଛତା କଥା କହିଲେ ସୂଚନା ଆଇନର ଵିଧି ବ୍ୟବସ୍ଥାକୁ କଡାକଡ଼ି ଭାବେ କାର୍ଯ୍ୟକାରୀ କରାଇଲେ ସମ୍ଭବ ହେବ ବୋଲି ସୂଚନା ଅଧିକାର କର୍ମୀମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ନହେଲେ ଅଯଥା ସ୍ବଚ୍ଛତାର ମିଥ୍ୟା ସ୍ଲୋଗାନ ଏବଂ ମିଥ୍ୟା ପ୍ରଚାରରୁ ନିବୃତ ରହିବାକୁ ପ୍ରଦୀପ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ରାଜ୍ୟରେ 5t (ସ୍ଵଛତା) ପ୍ରଚାର- ଏକ ପ୍ରହସନ,ମନଗଢା ଏବଂ ମିଥ୍ୟା ପ୍ରଚାର : ଓଡିଶା ସୂଚନା ଅଧିକାର ଅଭିଯାନ।


Body:ରାଜ୍ୟ ପ୍ରଶାସନରେ 5tକୁ ମୁଖ୍ୟମନ୍ତ୍ରୀଙ୍କର ଗୁରୁମନ୍ତ୍ର ଏବଂ ପ୍ରଶାସନର ସମସ୍ତ ସ୍ତରରେ ଏହାକୁ କାର୍ଯ୍ୟକାରୀ କରେଇବା ପାଇଁ ବ୍ୟାପକ ପ୍ରଚାର କରାଯାଉଛି।ଏହି 5t ସ୍ୱଚ୍ଛତା ଏକ ମୁଖ୍ୟ ସ୍ଲୋଗାନ।ପ୍ରଶାସନରେ ବ୍ୟାପକ ସ୍ୱଚ୍ଛତା ରକ୍ଷା କରାଯାଉଛି ବୋଲି ପ୍ରଚାର ଲୋକଙ୍କୁ ଠକିବା ପାଇଁ ଉଦ୍ଧିଷ୍ଟ ବୋଲି ଅଭିଯୋଗ କରିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ।୨୦୦୫ ମସିହାରୁ ସ୍ୱଚ୍ଛତା ଏବଂ ଉତ୍ତରଦାଇତ୍ୱ ରଖିବା ପାଇଁ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଆସୁଛି।ଏହି ଆଇନର ଧାରା ୪(୧) (ବି) ଅନୁଯାୟୀ ସମସ୍ତ ସରକାରୀ ବିଭାଗରେ ସ୍ବେଚ୍ଛାକୃତ ଭାବେ ୭ ପ୍ରକାରର ତଥ୍ୟ ସ୍ତାନୀୟ ଭାଷା ଅର୍ଥାତ ଓଡ଼ିଆ ଭାଷାରେ ପ୍ରକାଶ କରିବେ।ଏହି ସବୁ ତଥ୍ୟ ପ୍ରତିବର୍ଷ ପ୍ରତ୍ୟକ କତ୍ତୃପକ୍ଷ ବା ସରକାରୀ କାର୍ଯ୍ୟାଳୟରେ ନବୀକରଣ କରିବା କଥା ହେଲେ ଏ ସରକାର ତାହା କରୁନାହାନ୍ତି ,ଖାଲି ମିଛ ପ୍ରଚାର କରି ଜନସାଧାରଣଙ୍କୁ ଭଣ୍ଡାଉଛନ୍ତି ବୋଲି ଶନିବାର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ଓଡିଶା ସୂଚନା ଅଧିକାର ଅଭିଯାନ ରାଜ୍ୟ ମୁଖ୍ୟ ପ୍ରଦୀପ ପ୍ରଧାନ।ଓଡିଶା ସୂଚନା ଅଧିକାର ସଂଶୋଧନ ନିୟମାବଳୀ ,୨୦୦୬ ଅନୁଯାୟୀ ପ୍ରତି ସରକାରୀ କାର୍ଯ୍ୟାଳୟରେ ଏକ ରେଜିଷ୍ଟର ରହିବା କଥା,ଯେଉଁ ନାଗରିକମାନେ ଉକ୍ତ ତଥ୍ୟ ହାସଲ କରିବାକୁ ଯିବେ ,ସେମାନଙ୍କର ସବିଶେଷ ବିବରଣୀ ରହିବା କଥା କିନ୍ତୁ ରାଜ୍ୟ ସରକାର ତାହା ନକରି ସୂଚନା ଆଇନରେ ଏହି ବ୍ୟବସ୍ଥାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରିଛନ୍ତି ବୋଲି ପ୍ରଦୀପ କହିଛନ୍ତି।


ରାଜ୍ୟ ସରକାର ଅନଲାଇନରେ ସୂଚନା ପାଇଁ ଆବେଦନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି।କିନ୍ତୁ ଏହି ବ୍ୟବସ୍ଥା ଦୀର୍ଘବର୍ଷ ଧରି ଅକାମି ହୋଇପଡିଛି।ତେଣୁ ସ୍ୱଚ୍ଛ ଶାସନ ବା ସ୍ୱଚ୍ଛତା କଥା କହିଲେ ସୂଚନା ଆଇନର ଵିଧିବ୍ୟବସ୍ଥାକୁ କଡାକଡ଼ି ଭାବେ କାର୍ଯ୍ୟକାରୀ କରାଇଲେ ଏହା ସମ୍ଭବ ହେବ ବୋଲି ସୂଚନା ଅଧିକାର କର୍ମୀ ମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନଚେତ ଅଯଥା ସ୍ୱଚ୍ଛତାର ମିଥ୍ୟା ସ୍ଲୋଗାନ ଏବଂ ମିଥ୍ୟା ପ୍ରଚାରରୁ ନିବୃତ ରହିବାକୁ ପ୍ରଦୀପ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.