ETV Bharat / city

Odisha Corona Report: ଜିରୋ ମୁହାଁ ସଂକ୍ରମଣ

author img

By

Published : Apr 23, 2022, 9:31 AM IST

Odisha Corona Report: ଜିରୋ ମୁହାଁ ସଂକ୍ରମଣ
Odisha Corona Report: ଜିରୋ ମୁହାଁ ସଂକ୍ରମଣ

ରାଜ୍ୟରେ 2 ଅଙ୍କ ପରିବର୍ତ୍ତେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ପହଞ୍ଚିଛି । ଆଜି ରାଜ୍ୟରେ ଜଣେ ମାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନାର ଦୈନିକ ସଂକ୍ରମଣ । 2 ଅଙ୍କ ପରିବର୍ତ୍ତେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ପହଞ୍ଚିଛି । ଆଜି ରାଜ୍ୟରେ ଜଣେ ମାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 87 ହଜାର 980ରେ ପହଞ୍ଚିଛି ।

ସମ୍ବଲପୁରରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛି । କ୍ବାରେଣ୍ଟାଇନରୁ ଏହି ଜଣେ ମାତ୍ର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କିଶୋରଙ୍କ ସଂଖ୍ୟା ଓ ସ୍ଥାନୀୟ ସଂକ୍ରମିତ ଜିରୋ ରହିଛି । ଆଜିର ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ବର୍ତ୍ତମାନ ରାଜ୍ୟରେ 85 ସକ୍ରିୟ ମାମଲା ରହିଛି । ନୂଆ 17 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 78 ହଜାର 718 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 31161429 କୋରୋନା ପରୀକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.