ETV Bharat / city

Odisha Corona: ଦିନକରେ 836 ସଂକ୍ରମିତ ଚିହ୍ନଟ

author img

By

Published : Aug 6, 2022, 10:50 AM IST

Odisha Corona: ଦିନକରେ 836 ସଂକ୍ରମିତ ଚିହ୍ନଟ
Odisha Corona: ଦିନକରେ 836 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ 836 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 836 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ 490 ହୋଇଥିବାବେଳେ 346ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 148 କିଶୋର ଆକ୍ରାନ୍ତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ 175 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୋଳରୁ 2, ବାଲେଶ୍ବର 16, ବରଗଡ 47, ଭଦ୍ରକରୁ 4, ବଲାଙ୍ଗୀରରୁ 33, ବୌଦ୍ଧରୁ 23, କଟକରୁ 34, ଦେଓଗଡରୁ 5, ଢେଙ୍କାନାଳରୁ 1, ଗଜପତିରୁ 7, ଗଞ୍ଜାମରୁ 3, ଜଗତସିଂହପୁରରୁ 2, ଯାଜପୁରରୁ 12, ଝାରସୁଗୁଡାରୁ 19, କଳାହାଣ୍ଡିରୁ 37, କନ୍ଧମାଳରୁ 21, କେନ୍ଦ୍ରାପଡାରୁ 3,କେନ୍ଦୁଝରରୁ 10 ଓ ଖୋର୍ଦ୍ଧାରୁ 91 ,କୋରାପୁଟରୁ 12, ମୟୂରଭଞ୍ଜରୁ 72, ନବରଙ୍ଗପୁରରୁ 32, ନୟାଗଡରୁ 17, ନୂଆପଡାରୁ 14, ପୁରୀରୁ 3, ରାୟଗଡାରୁ 21, ସମ୍ବଲପୁରରୁ 83, ସୋନପୁରରୁ 16 ଓ ଷ୍ଟେଟପୋଲରୁ 21 ଜଣ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 18 ହଜାର 145ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 6005 ସକ୍ରିୟ ମାମଲା ରହିଛି । ନୂଆ 1011 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 13 ଲକ୍ଷ 2 ହଜାର 941ରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.