ETV Bharat / city

Odisha Corona: 600 ମୁହାଁ ଦୈନିକ ସଂକ୍ରମଣ

author img

By

Published : Jul 10, 2022, 9:34 AM IST

Odisha Corona: ଦୈନିକ ସଂକ୍ରମଣ 500 ପାର
Odisha Corona: ଦୈନିକ ସଂକ୍ରମଣ 500 ପାର

ରାଜ୍ୟରେ 500 ପାର କଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 576 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ଭୁବନେଶ୍ବର: କୋରୋନାର କଡ ଲେଉଟାଣୀ । 500 ପାର କଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 576 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 69 କିଶୋର କିଶୋରୀ ରହିଥିବା ବେଳେ 337 କ୍ବାରେଣ୍ଟାଇନ ସେଣ୍ଟର ଓ 239 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 204ଟି ମାମଲା ରହିଛି । ସେହିପରି ଅନୁଗୋଳରୁ 1, ବାଲେଶ୍ବରରୁ 16, ବରଗଡରୁ 2, ବୌଦ୍ଧରୁ 1, ଭଦ୍ରକରୁ 6, ବଲାଙ୍ଗୀରରୁ 2, ବୌଦ୍ଧରୁ 1, କଟକରୁ 118, ଦେବଗଡରୁ 4, ଢେଙ୍କାନାଳରୁ 2, ଗଜପତିରୁ 8, ଜଗତସିଂହପୁରରୁ 8, ଯାଜପୁରରୁ 6, ଝାରସୁଗୁଡାରୁ 6, କଳାହାଣ୍ଡିରୁ 5, କେନ୍ଦ୍ରାପଡାରୁ 3, କେନ୍ଦୁଝରରୁ 4, କୋରାପୁଟରୁ 3, ମୟୂରଭଞ୍ଜରୁ 17, ନବରଙ୍ଗପୁରରୁ 1, ନୟାଗଡରୁ 2, ନୂଆପଡାରୁ 5, ପୁରୀରୁ 37, ରାୟଗଡାରୁ 2, ସମ୍ବଲପୁରରୁ 6, ସୋନପୁରରୁ 20, ସୁନ୍ଦରଗଡରୁ 42 ଷ୍ଟେଟପଲରୁ 37 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 12,93,504ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.