ETV Bharat / city

Omicron Scare: ନୂଆ ୨୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jan 5, 2022, 8:45 PM IST

ନୂଆ ୨୪ ଆକ୍ରାନ୍ତଙ୍କ ତାଲିକା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ନୂଆ ୨୪ ଆକ୍ରାନ୍ତଙ୍କ ତାଲିକା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୨୪ ଆକ୍ରାନ୍ତଙ୍କ ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓମିକ୍ରନ୍ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ଆଜି(ବୁଧବାର) ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୨୪ ଆକ୍ରାନ୍ତଙ୍କ ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ନୂଆ ୨୪ ଆକ୍ରାନ୍ତଙ୍କ ତାଲିକା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ


ସେ କହିଛନ୍ତି ଯେ, 24 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ରାଜ୍ୟରେ ଥିବାବେଳେ ଅନ୍ୟଜଣେ ତାମିଲନାଡୁ ପଳେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ ଜଣ ପୁରୁଷ, ୬ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ୧୦ ରୁ ୬୫ ବର୍ଷ ମଧ୍ୟରେ ହେବେ । ସର୍ବାଧିକ ବାଲେଶ୍ବରରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର, ସମ୍ବଲପୁର, ନୂଆପଡା, ସୁନ୍ଦରଗଡ, ଜଗତସିଂହପୁର ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ଥାନୀୟ ସଂକ୍ରମଣ ୧୯ ଥିବାବେଳେ ୫ ବିଦେଶ ଫେରନ୍ତା ରହିଛନ୍ତି । ସମସ୍ତଙ୍କ ଟ୍ରାକିଂ ସରିନାହିଁ ସାମ୍ପୁଲ ଟେଷ୍ଟିଂର ୧୨ ପ୍ରତିଶତ ପଜିଟିଭ ଆସିଛି । ତେଣୁ ଭୟଭୀତ ନ ହୋଇ ଟିକା ନେଇଥିଲେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିଦ୍ଦେର୍ଶକ ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.