ETV Bharat / city

Omicron Fear: ମକର ଓ ପୋଙ୍ଗଲ ପାଇଁ କଟକଣା, ତଟରେ ବୁଡ ପକାଇବା ମନା

author img

By

Published : Jan 11, 2022, 4:24 PM IST

odisha govt introduce special guidelines for pongol and makar sankranti
Omicron Fear: ମକର ଓ ପୋଙ୍ଗଲ ପାଇଁ କଟକଣା, ତଟରେ ବୁଡ଼ ପକାଇବା ମନା

କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ମକର ଓ ପୋଙ୍ଗଲ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆଗକୁ ଆସୁଛି ଗଣ ପର୍ବ ମକର ସଂକ୍ରାନ୍ତି । କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ମକର ଓ ପୋଙ୍ଗଲ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି(ମଙ୍ଗଳବାର) ଗାଇଡଲାଇନ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

odisha govt introduce special guidelines for pongol and makar sankranti
Omicron Fear: ମକର ଓ ପୋଙ୍ଗଲ ପାଇଁ କଟକଣା, ତଟରେ ବୁଡ଼ ପକାଇବା ମନା

ଏସଆରସି(SRC) ଜାରି କରିଥିବା ଗାଇଡଲାଇନରେ କୁହାଯାଇଛି ଯେ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଗହଳିଚହଳି ନକରିବାରୁ ପରାମର୍ଶ ଦିଆଯାଇଛି । ଏହାସହ ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବାକୁ ବାରଣ କରାଯାଇଛି । ମକର ମେଳାରେ ଉତ୍ସବ ପାଳନ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି ।

ଏହାସହ ମକର ଓ ପୋଙ୍ଗଲରେ ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କୁ ପୂଜା କରିବାକୁ ମନା କରାଯାଇଛି । ଧର୍ମାନୁଷ୍ଠାନ ଗୁଡ଼ିକରେ କେବଳ ରୀତିନୀତି ଅନୁସାରେ ପୂଜକମାନେ ପୂଜା କରିପାରିବେ । ଘର ଭିତରେ ପରିବାର ସହ ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଳନ କରିବାକୁ ଏସଆରସି(SRC) ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.