ETV Bharat / city

Odisha Assembly Winter Session: ଚାଲିପାରୁନି ଗୃହ, ମଙ୍ଗଳବାର ଯାଏଁ ମୁଲତବୀ

author img

By

Published : Dec 6, 2021, 5:59 PM IST

ସୋମବାର ପଞ୍ଚମ ଦିନରେ ମଧ୍ୟ ଧୋଇଗଲା ବିଧାନସଭାର ସମସ୍ତ କାର୍ଯ୍ୟ । ପୂର୍ବାହ୍ନରେ 5 ମିନିଟ ପାଇଁ ଚାଲିନଥିବା ଗୃହ, ଅପରାହ୍ନରେ ମଧ୍ୟ ସମାମ ସ୍ଥିତି । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମଙ୍ଗଳବାର ପୂର୍ବାହ୍ନ 10.30 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ଅଧିକ ପଢନ୍ତୁ
Odisha Assembly Winter Session
Odisha Assembly Winter Session

ଭୁବନେଶ୍ବର: ବହୁ ଚର୍ଚ୍ଚିତ କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ (Mamita Meher murder) କୁ ନେଇ ହୁଲୁସ୍ତୁଲ ବିଧାନସଭା (Odisha assembly) । ଆଜି ସୋମବାର ପଞ୍ଚମ ଦିନରେ ମଧ୍ୟ ଧୋଇଗଲା ବିଧାନସଭାର ସମସ୍ତ କାର୍ଯ୍ୟ । ପୂର୍ବାହ୍ନରେ 5 ମିନିଟ ପାଇଁ ଚାଲିନଥିବା ଗୃହ, ଅପରାହ୍ନରେ ମଧ୍ୟ ସମାମ ସ୍ଥିତି । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମଙ୍ଗଳବାର ପୂର୍ବାହ୍ନ 10.30 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଆଜି ଅପରାହ୍ନ 4 ଟା ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହୋହାଲ୍ଲା ସହ ସରକାରୀ ଦଳର ମଧ୍ୟ ପ୍ରତିବାଦ ଦେଖିବାକୁ ମିଳିଥିଲା । ଫଳରେ ଗୃହକୁ ଅଧଘଣ୍ଟା ମୁଲତବୀ ରଖି ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ (All Party Meeting) । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ଉପ-ନେତା, କଂଗ୍ରେସ ବିଧାୟକ ଦଳ ନେତା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ବିଧାନସଭା ଅଚଳାବସ୍ଥା ନେଇ ଆଲୋଚନା କରିଥିଲେ । ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନଥିଲା । ପୁଣି 15 ମିନିଟ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ଆସନ୍ତାକାଲି (ମଙ୍ଗଳବାର) ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଅର୍ଥାତ ସର୍ବଦଳୀୟ ବୈଠକ ଏକ ପ୍ରକାର ବିଫଳ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.