ETV Bharat / city

ଆର୍ଥିକ ସ୍ଥିତି ପାଇଁ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ଲେଖିଲେ ଶୋଇପାରୁ ନଥିଲି ନିଦ ହେଉନଥିଲା

author img

By

Published : Sep 5, 2022, 10:04 PM IST

ରାଜଧାନୀରେ ପୁଣି ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା । ଭୁବନେଶ୍ବର ଜାମୁକୋଳି ଅଞ୍ଚଳର ଏକ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ

nursing student committed suicide in bhubaneswar
ଆର୍ଥିକ ସ୍ଥିତି ପାଇଁ ଜୀବନ ହାରିଲେ ନର୍ସିଂ ଛାତ୍ରୀ

ଭୁବନେଶ୍ବର: ଆର୍ଥିକ ସ୍ଥିତି ପାଇଁ ଜୀବନ ହାରିଲେ ନର୍ସିଂ ଛାତ୍ରୀ । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ଅଞ୍ଚଳର ଏକ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି (nursing student committed suicide in bhubaneswar) । ଜାଭିୟର କଲେଜ ଅଫ୍ ନର୍ସିଂ କଲେଜର ଛାତ୍ରୀ ଥିବାବେଳେ ସେ ବଲାଙ୍ଗୀରର ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତାଙ୍କ ନିକଟରୁ ଏକ ସୁଇସାଇଡାଲ ନୋଟ ଜବତ କରିଛି ।

nursing student committed suicide in bhubaneswar
ଆର୍ଥିକ ସ୍ଥିତି ପାଇଁ ଜୀବନ ହାରିଲେ ନର୍ସିଂ ଛାତ୍ରୀ

ଜବତ ହୋଇଥିବା ନୋଟରେ ଲେଖା ହୋଇଛି, "ମୋର ମାଆ, ମୋ ପରିବାର, ଦିଦି ଓ ସାଙ୍ଗସାଥି। ମୋତେ କ୍ଷମା କରିଦେବ, ଏଥିରେ କାହାର ଦୋଷ ନାହିଁ ଆଉ ଯଦି ପୋଲିସ କେସ କରିବ ଦୟାକରି କାହାକୁ କଷ୍ଟ ଦେବନି । ମୋତେ ନିଦ ଲାଗୁ ନଥିଲା , ମୁଁ ଶୋଇ ପାରୁ ନଥିଲି। ଦିନ ପରେ ଦିନ ଗଡୁଥିଲା ହେଲା ମୋତେ କିଛି ଭଲ ଲାଗୁ ନଥିଲା। କିଛି କରିବାକୁ ବି ଇଚ୍ଛା ଲାଗୁ ନଥିଲା। କଣ କରିବି ବୁଝିପାରୁ ନଥିଲି। ହେ ଭଗବାନ ମୋତେ ନେଇଯାଅ ।" ଏପରି କିଛି ମନର କଷ୍ଟକୁ ସୁଇସାଇଡ ନୋଟରେ ଉଲ୍ଲେଖ କରି ହଷ୍ଟେଲର କନଫେରନସ ହଲରେ ଛାତ୍ରୀ ଜଣକ ଜୀବନ ହାରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସାଇଣ୍ଟିଫିକ ଟିମ ସହାୟତାରେ ମୃତଦେହର ନମୁନା ସଂଗ୍ରହ ହୋଇଥିଲା । ଏହି ଘଟଣା ନେଇ କଲେଜ କର୍ତ୍ତୃପକ୍ଷ କହିଛନ୍ତି, "୨୦୨୧ ମସିହାରେ କୁନି ନର୍ସିଂରେ ନାମ ଲେଖାଇଥିଲେ । ଝିଅଟି କିଛିଦିନ ଧରି ଚାପରେ ଥିଲା । ତାର ସ୍ବଭାବରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେ ବହୁ ସମୟ ଧରି ନୀରବ ରହୁଥିଲା । ଏପରିକି ବିଚଳିତ ହେବାର ମଧ୍ୟ ନଜରରେ ଆସିଥିଲା ।"

nursing student committed suicide in bhubaneswar
ଆର୍ଥିକ ସ୍ଥିତି ପାଇଁ ଜୀବନ ହାରିଲେ ନର୍ସିଂ ଛାତ୍ରୀ

ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ୱରରେ ଭୟଙ୍କର ସ୍ଥିତି: ବର୍ଷକରେ ବଢିଛି ଆତ୍ମହତ୍ୟା ମାମଲା, ସର୍ବାଧିକ ପୁରୁଷ

ଅନ୍ୟପଟେ ଛାତ୍ରୀଙ୍କ ବାପାଙ୍କର ମୃତ୍ୟୁ ପରେ ପରିବାରକୁ ନେଇ ସେ ମାନସିକ ଚାପରେ ରହିଆସୁଥିଲେ ବୋଲି ଭୁବନେଶ୍ୱର ଡ଼ିସିପି କହିଛନ୍ତି। ପରିବାରରେ ଆର୍ଥିକ ସମସ୍ୟା ଲାଗି ରହିଥିଲା । ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଡିସିପି ସୂଚନା ଦେଇଛନ୍ତି । ତେବେ ପ୍ରତିଦିନ କଟକ ଓ ଭୁବନେଶ୍ୱରରେ ୪ରୁ ୫ଜଣ ଆତ୍ମହତ୍ୟା କରୁଛନ୍ତି । ଏହାକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି, ହେଲେ ମୃତ୍ୟୁ ସଂଖ୍ୟା ଥମୁନି। ୨୦୧୮ ରେ ୨୨୪ ଜଣ ଆତ୍ମହତ୍ୟା କରିଛନ୍ତି । ସେହିଭଳି ୨୦୧୯ ରେ ୨୨୦ ଜଣ, ୨୦୨୦ରେ ୩୧୦ ଜଣ, ୨୦୨୧ ରେ ୨୮୨ ଏବଂ ୨୦୨୨ ରେ ଏଯାବତ ୨୨୮ ଜଣ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.