ETV Bharat / city

PM ଫସଲ ବୀମା ଯୋଜନା ପ୍ରସଙ୍ଗ, ବିଜେଡ଼ି ଅଭିଯୋଗରେ ବାସ୍ତବତା ନାହିଁ କହିଲା ବିଜେପି

author img

By

Published : Aug 27, 2021, 5:21 PM IST

PM ଫସଲ ବୀମା ଯୋଜନା ପ୍ରସଙ୍ଗ, ବିଜେଡ଼ି ଅଭିଯୋଗରେ ବାସ୍ତବତା ନାହିଁ କହିଲା ବିଜେପି
PM ଫସଲ ବୀମା ଯୋଜନା ପ୍ରସଙ୍ଗ, ବିଜେଡ଼ି ଅଭିଯୋଗରେ ବାସ୍ତବତା ନାହିଁ କହିଲା ବିଜେପି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରସଙ୍ଗକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେଡ଼ି ଅଭିଯୋଗରେ କୌଣସି ବାସ୍ତବତା ନାହିଁ ବୋଲି ବିଜେପି କହିଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରସଙ୍ଗକୁ ନେଇ ଆଜି(ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ଏହି ଯୋଜନାରେ ବିଜେଡ଼ି ଆଣିଥିବା ଅଭିଯୋଗର କୌଣସି ବାସ୍ତବତା ନାହିଁ ବୋଲି କହିଛି ବିଜେପି । କେଵଳ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ ବିଜେଡି଼ ସବୁବେଳେ ଉଦ୍ୟମ କରୁଛି । ଲୋକଙ୍କୁ ଭୂଆଁ ବୁଲାଇବା ସହିତ କେନ୍ଦ୍ରକୁ ଟାର୍ଗେଟ କରିବା ବିଜେଡି଼ର ମୁଖ୍ୟ ଲକ୍ଷ୍ୟ ବୋଲି ବିଜେପିର ଲୋଇସିଙ୍ଘା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ।

ବିଜେଡି ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଆ ଚାଷୀ କ୍ଷତିଗ୍ରସ୍ତ । ବାସ୍ତବତା କିନ୍ତୁ ଅଲଗା । ଗତ ୨୦୧୬ ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇଥିଲା ଏହି ଯୋଜନା । ଏହାଦ୍ବାରା ଦେଶରେ ୨୩ କୋଟିରୁ ଊର୍ଦ୍ଧ୍ବ ଚାଷୀ ଲାଭବାନ ହୋଇଛନ୍ତି । ଚାଷୀ ଖରିଫ ଋତୁରେ ୨ ପ୍ରତିଶତ, ରବି ୠତୁରେ ୧.୫ ପ୍ରତିଶତ ଓ ଉଦ୍ୟାନ କୃଷିରେ ୫ ପ୍ରତିଶତ ପ୍ରିମିୟମ ଦେଇ ସୁବିଧା ପାଉଛନ୍ତି ।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାୟ ୧.୭ କୋଟି ଚାଷୀ ୬୦ ହେକ୍ଟର ଚାଷ ପାଇଁ ୩୫,୫୨୬ କୋଟିର ବୀମା କରିଛନ୍ତି । ଓଡ଼ିଶାର ଚାଷୀଙ୍କ ଦ୍ବାରା ଏହି ଯୋଜନାରେ ୭୦୨ କୋଟି ବୀମା ଦେଇଛନ୍ତି । ଏହାଦ୍ବାରା ୨୭.୮୮ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ସେମାନଙ୍କୁ ମୋଟ ୪୦ ହଜାର ୬୦୦ କୋଟି ଅର୍ଥ ଏ ବାବଦରେ ମିଳିଛି । ତେଣୁ ବିଜେଡି ଅଭିଯୋଗ ତଥ୍ୟ ଆଧାରିତ ନୁହେଁ ବୋଲି କହିଛନ୍ତି ମହାଲିଙ୍ଗ ।

ବୀମା କମ୍ପାନୀ ଚୟନ ପ୍ରକ୍ରିୟା ବିଡିଂ ମାଧ୍ୟମରେ ଓଡି଼ଶା ସରକାର ହିଁ କରିଥାନ୍ତି । ଏଥିରେ ରାଜ୍ୟ ସରକାରଙ୍କ ୩ଟି ବିଭାଗ ଅନ୍ତର୍ଭୁକ୍ତ ହୋଇଥାନ୍ତି । ବିଜେଡି ବୀମା କମ୍ପାନୀକୁ ନିଯୁକ୍ତି କରୁଛନ୍ତି ଓ ଚାଷୀଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହାସହିତ ଚାଷୀଙ୍କ ପ୍ରକୃତ ବନ୍ଧୁ ବିଜେପି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.