ETV Bharat / city

January Covid Guidelines: ଫେରିଲା ନାଇଟ୍‌ କର୍ଫ୍ୟୁ, ସକାଳ ୫ରୁ ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର

author img

By

Published : Dec 30, 2021, 8:46 PM IST

Updated : Dec 30, 2021, 8:58 PM IST

ଆସିଲା ଜାନୁଆରୀ ଗାଇଡଲାଇନ, ନୂଆବର୍ଷରେ ଫେରିଲା ନାଇଟ୍‌ କର୍ଫ୍ୟୁ
ଆସିଲା ଜାନୁଆରୀ ଗାଇଡଲାଇନ, ନୂଆବର୍ଷରେ ଫେରିଲା ନାଇଟ୍‌ କର୍ଫ୍ୟୁ

ଜାନୁଆରୀ ମାସର କୋଭିଡ ଗାଇଡଲାଇନ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର । ପୂର୍ବଭଳି ଜାନୁଆରୀ ମାସରେ ସହରାଞ୍ଚଳରେ ଲାଗିବ ନାଇଟ କର୍ଫ୍ୟୁ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଜାନୁଆରୀ ମାସର କୋଭିଡ ଗାଇଡଲାଇନ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର । ପୂର୍ବଭଳି ଜାନୁଆରୀ ମାସରେ ସହରାଞ୍ଚଳରେ ଲାଗିବ ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ତା ସହିତ ଜାନୁଆରୀରେ ପିକ୍‌ନିକ୍‌, ମେଳା, ପ୍ରଦର୍ଶନୀ ଓ ଭିଡ଼ ଉପରେ କଟକଣା ଜାରି କରାଯାଇଛି । ଜାନୁଆରୀ ୧ ତାରିଖ ସକାଳ ୫ଟାରୁ କଟକଣା ଲାଗୁ ହେବ ।

January Covid Guidelines: ଫେରିଲା ନାଇଟ୍‌ କର୍ଫ୍ୟୁ, ସକାଳ ୫ରୁ ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର
January Covid Guidelines: ଫେରିଲା ନାଇଟ୍‌ କର୍ଫ୍ୟୁ, ସକାଳ ୫ରୁ ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର
ସେହିଭଳି କୌଣସି ଶିକ୍ଷାନୁଷ୍ଠାନରେ ମଧ୍ୟ ପିକ୍‌ନିକ୍‌ ଆୟୋଜନ ଉପରେ କଟକଣା ଜାରି ହୋଇଛି । ପ୍ରତିଦିନ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଦୋକାନ ବଜାର ଖୋଲା ରହିବ । ମଲ୍, ଦୋକାନ ଗୁଡ଼ିକରେ କୋଭିଡ ସଚତନତା ନେଇ ଦୋକାନ ମାଲିକ ବା ମାର୍କେଟ୍ ଆସୋସିଏସନ୍ ଦ୍ୱାରା ସଚେତନ କରାଯିବ। ଦୋକାନ ବା ମଲ୍ ଭିତରେ ଏବଂ ବାହାରେ ଗ୍ରାହକଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ମାଲିକ ନିଜର କର୍ମଚାରୀଙ୍କୁ ନିୟୋଜିତ କରିବାକୁ ବ୍ୟବସ୍ଥା କରିବେ।
  • ରାଜ୍ୟକୁ ଫେରିଲା ନାଇଟ କର୍ଫ୍ୟୁ
  • ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ ଯାଏଁ କଟକଣା
  • ସକାଳ ୫ରୁ ରାତି ୧୦ଟା ଯାଏଁ ଖୋଲିବ ସବୁ ଦୋକାନ ବଜାର

ଖାଲି ସେତିକି ନୁହେଁ ଦୋକାନରେ ଏବଂ ବାହାରେ ସଠିକ୍ ସାମାଜିକ ଦୂରତା ଅବଲମ୍ବନ କରିବେ ଗ୍ରାହକ । ଭୁବନେଶ୍ୱର ଏବଂ ଝାଡ଼ସୁଗୁଡା ବିମାନବନ୍ଦର ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି । ବିମାନ ବନ୍ଦରେ ପହଞ୍ଚୁଥିବା ଯାତ୍ରୀଙ୍କ RTPCR ପରୀକ୍ଷା କରାଯିବ । ସମସ୍ତ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବ । ସ୍କ୍ରିନିଂ ସମୟରେ ଲକ୍ଷଣାତ୍ମକ ଥିଲେ ବୋଲି ଜଣାପଡିଥିବା ଯାତ୍ରୀମାନଙ୍କୁ ତୁରନ୍ତ ଅଲଗା କରି ସ୍ୱାସ୍ଥ୍ୟ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା ସୁବିଧାକୁ ନିଆଯିବ । ଯଦି କୌଣସି ଯାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ।

ଭୁବେନଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Dec 30, 2021, 8:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.