ETV Bharat / city

BMC Election: ବସ୍ତିମୁହାଁ ୩ ରାଜନୈତିକ ଦଳ

author img

By

Published : Dec 20, 2021, 8:16 PM IST

BMC Election
BMC Election

ଆସନ୍ତାବର୍ଷ ୨୦୨୨ ରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ ସହ ପୌର ନିର୍ବାଚନ । ନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି ଏବେ ଅନ୍ତିମ ପର୍ଯ୍ୟାୟରେ । ଯେକୌଣସି ମୁହୁର୍ତ୍ତରେ ବାଜିପାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ । ନିର୍ବାଚନ ପାଇଁ ଏବେ ରାଜନୈତିକ ଦଳ ଗୁଡିକ ତୀବ୍ର କଲେଣି ପ୍ରସ୍ତୁତି । ବିଶେଷ କରି ଭୁବନେଶ୍ବର ମହାନଗର ନିଗମ ଦଖଲ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବର୍ତ୍ତମାନ ବସ୍ତିମୁହାଁ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାବର୍ଷ ୨୦୨୨ ରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ ସହ ପୌର ନିର୍ବାଚନ । ନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି ଏବେ ଅନ୍ତିମ ପର୍ଯ୍ୟାୟରେ । ଯେକୌଣସି ମୁହୁର୍ତ୍ତରେ ବାଜିପାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ । ନିର୍ବାଚନ ପାଇଁ ଏବେ ରାଜନୈତିକ ଦଳ ଗୁଡିକ ତୀବ୍ର କଲେଣି ପ୍ରସ୍ତୁତି । ବିଶେଷ କରି ଭୁବନେଶ୍ବର ମହାନଗର ନିଗମ ଦଖଲ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବର୍ତ୍ତମାନ ବସ୍ତିମୁହାଁ ।

BMC Elections: ବସ୍ତି ମୁହାଁ ଏବେ ୩ ରାଜନୈତିକ ଦଳ

ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପାଇଁ ସମ୍ମାନ ଓ ଗୁରୁତ୍ବପୂର୍ଣ୍ଣ ହୋଇଥିବା ଭୁବନେଶ୍ବର ମହାନଗର ନିଗମ (BMC) ଦଖଲ ପାଇଁ ଆରମ୍ଭ ହୋଇଛି କସରତ । ରାଜଧାନୀରେ ପତିଆରା ଅକ୍ଷୁର୍ଣ୍ଣ ରଖିବା ପାଇଁ ଚାଲିଛି ବୈଠକ, ରଣନୀତି ଓ ପ୍ରସ୍ତୁତି । ଶାସକ ବିଜେଡି କୌଣସି ମତେ ଭୁବନେଶ୍ବର ମହାନଗର ନିଗମ ଚୌକି ହାତ ଛଡା କରିବାକୁ ଚାହୁଁନାହିଁ । ଏଥିପାଇଁ ଦଳର ବଡ ଯୋଜନା ଜାରି ରହିଛି । ପୂର୍ବତନ କର୍ପୋରେଟର ମାନଙ୍କୁ ନେଇ ଦଳ ଘର ଘର ବସ୍ତି ବସ୍ତିରେ ବାଣ୍ଟୁଛି ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ । ଏହାସହ ଦଳ ନିଜ ଛାମୁଆ ସଂଗଠନ ଯୁବ ଓ ଛାତ୍ରଙ୍କ ପାଇଁ ୨ ଦିନ ତଳେ ଆୟୋଜନ କରିଥିଲା ନେତୃତ୍ବ ସମ୍ମିଳନୀ । ଯେଉଁଥିରେ ସଂଗଠନର ଲକ୍ଷ୍ୟ, ଆଭିମୁଖ୍ୟକୁ ଯୁବନେତାଙ୍କୁ ଦେବା ସହ ପଞ୍ଚାୟତ ଓ ପୌର ନିର୍ବାଚନରେ କଣ ରହିବ ଭୂମିକା ତାହା ବରିଷ୍ଠ ନେତା ମାନେ ପରାମର୍ଶ ଦେଇଛନ୍ତି ।

ସେହିପରି ଶାସକ ବିଜୁ ଜନତା ଦଳ ( Biju Janata Dal ) ଗଡ କୁହାଯାଉଥିବା ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଏବେ ଆଉ ଗଡ ହୋଇରହି ନାହିଁ । ଗଡ ଭାଙ୍ଗି ପୁରା ସଂସଦୀୟ କ୍ଷେତ୍ରରେ ଗୈରିକ ବିଜେପି ଉଡାଇଛି ଗେରୁଆ ପତାକା । ଦଳର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀ ଲୋକସଭାରେ ଖାଲି ବିଜୟୀ ହୋଇନାହାଁନ୍ତି । ପୁରା ଗଡରେ ଯେ ବିଜେପି ଶକ୍ତିଶାଳୀ ହେଉଛି । ତାହାର ସଂକେତ ପରେ ସଂକେତ ଦେଇ ଚାଲିଛନ୍ତି । ଯଦିଓ ଅପରାଜିତାଙ୍କୁ ଦଳରୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ମିଳୁନାହିଁ । ତଥାପି ସାଂସଦ ଏକାକି ହିଁ ବିଜେଡିର ମୁକାବିଲା ପାଇଁ ସାମର୍ଥ୍ୟ ରଖୁଛନ୍ତି । ତେଣୁ ଆଗାମୀ ପୌର ନିର୍ବାଚନରେ ଦଳ ପାଇଁ ଅପରାଜିତା ଏକ ବଡ ଭୂମିକା ତୁଳାଇବେ । ଏହାବାଦ ୨ ଦିନ ତଳେ ଭୁବନେଶ୍ବର ଜିଲ୍ଲା ବିଜେପି କାର୍ଯ୍ୟ କାରିଣୀ ଶେଷ ହୋଇଛି । ଯେଉଁଥିରେ ଏକାଧିକ ରାଜନୈତିକ ପ୍ରସ୍ତାବ ପାରିତ କରାଯାଇଛି । ଦଳ ନିର୍ବାଚନରେ କେଉଁ କେଉଁ ପ୍ରସଙ୍ଗକୁ ମୁଦ୍ଦା କରିବ । କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ । ତାହା କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି । ଏହାସହ ଦଳ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରିଛି ।

ଅନ୍ୟପଟେ ରାଜ୍ୟ କଂଗ୍ରେସ ମଧ୍ୟ ଘର ସଜାଡି, ମୈଦାନରେ ଲଢେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଯଦିଓ ଉଭୟ ବିଜେଡି ବିଜେପି ଠାରୁ କଂଗ୍ରେସ ପଛରେ ପଡିଛି । ତଥାପି ଦଳ ବିଗତ ଦିନର ବିକାଶ ମୂଳକ କାର୍ଯ୍ୟ, ବର୍ତ୍ତମାନର ଏକାଧିକ ପ୍ରସଙ୍ଗ ସହ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଛି । ପୌର ନିର୍ବାଚନ ପୂର୍ବରୁ ଭୁବନେଶ୍ବର ବସ୍ତି ବାସିନ୍ଦାଙ୍କ ଭୋଟ ଟାଣିବାକୁ ଏବେ ବସ୍ତି ଚାଲ ଯୋଜନା କରିଛି । ରାଜଧାନୀରେ ବସ୍ତି ଉଚ୍ଛେଦକୁ ବିରୋଧ କରି ଦଳ ବସ୍ତି ଭୋଟ ଉପରେ ଆଖି ପକାଇଛି । ଏପରିକି ନିକଟରେ ୱାର୍ଡ ନଂ ୬୫ ରେ ବସ୍ତି ଉଚ୍ଛେଦକୁ ବିରୋଧ କରି ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ସେହିଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ ।

ତେବେ ନିର୍ବାଚନ ବେଳେ ଭୁବନେଶ୍ବର ବାସିନ୍ଦା କାହାକୁ ଭୋଟ ଦେଉଛନ୍ତି ? କାହାକୁ ମିଳୁଛି ବସ୍ତି ବାସିନ୍ଦାଙ୍କ ସମର୍ଥନ ଏବେ ତାହାକୁ ଅପେକ୍ଷା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.