ETV Bharat / city

ଓଡିଶାରେ ସୂର୍ଯ୍ୟକିରଣ ଏୟାର ସୋ, ଖୁବ ଶୀଘ୍ର ମ୍ୟାପିଂ ସର୍ଟି

author img

By

Published : Sep 5, 2022, 9:10 PM IST

ଓଡିଶାରେ ‘ସୂର୍ଯ୍ୟକିରଣ ଏୟାର ସୋ’, ଖୁବ ଶୀଘ୍ର ମ୍ୟାପିଂ
ଓଡିଶାରେ ‘ସୂର୍ଯ୍ୟକିରଣ ଏୟାର ସୋ’, ଖୁବ ଶୀଘ୍ର ମ୍ୟାପିଂ

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ' । ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ସୋ' ପାଇଁ ହୋଇଛି ଯୋଜନା । 16 ତାରିଖରେ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀର ଜାଲିପାଟଣା ଗାଁ ନିକଟ ବାଲିଯାତ୍ରା ପଡିଆରେ ଓ 18 ତାରିଖରେ ପୁରୀର ଗଭର୍ଣ୍ଣର ହାଉସ ଉପରେ ସୋ ପାଇଁ ଯୋଜନା । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାରେ ହେବ ସୂର୍ଯ୍ୟକିରଣ ସୋ । ଭୁବନେଶ୍ଵର ଏବଂ ପୁରୀରେ ଏହି ସୂର୍ଯ୍ୟକିରଣ ସୋ ଆୟୋଜନ ହେବାକୁ ଯାଉଛି (Surya Kiran air Show in odisha) । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଲାଗି ଆସନ୍ତାକାଲି ଭୁବନେଶ୍ବର ପହଞ୍ଚିବ ଇଣ୍ଡକ୍ସନ ଟିମ । N32 ବିମାନରେ ଆସିବ ଇଣ୍ଡକ୍ସନ ଟିମ । 8 ତାରିଖରେ C17 ଗ୍ଲୋବ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ ଲାଗି ଉପକରଣ ଆସିବା ସହିତ 9 ତାରିଖରେ ସୋ'ରେ ଭାଗ ନେବାକୁ ଥିବା 11ଟି ହକ୍ ବିମାନ ଆସିବ । ତେବେ ସୋ'ରେ 9ଟି ହକ ବିମାନ ଅଂଶଗ୍ରହଣ କରିବ ଓ 2ଟି ଷ୍ଟାଣ୍ଡ ବାଏ ରହିବ। 10 ତାରିଖରେ ମ୍ୟାପିଂ ସର୍ଟି ବା ରିହରସଲ ହେବ।

ଓଡିଶାରେ ‘ସୂର୍ଯ୍ୟକିରଣ ଏୟାର ସୋ’, ଖୁବ ଶୀଘ୍ର ମ୍ୟାପିଂ

ତେବେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ'। ଭୁବନେଶ୍ବର ଓ ପୁରୀରେ ସୂର୍ଯ୍ୟକିରଣ ସୋ' ପାଇଁ ହୋଇଛି ଯୋଜନା । 16 ତାରିଖରେ ଭୁବନେଶ୍ବର ନିକଟସ୍ଥ କୂଆଖାଇ ନଦୀର ଜାଲିପାଟଣା ଗାଁ ନିକଟ ବାଲିଯାତ୍ରା ପଡିଆରେ ଓ 18 ତାରିଖରେ ପୁରୀର ଗଭର୍ଣ୍ଣର ହାଉସ ଉପରେ ସୋ ପାଇଁ ଯୋଜନା କରାଯାଇଛି । ପାଣିପାଗ ସ୍ଥିତି ଆଧାରରେ ସକାଳ 10 ଟାରୁ 11ଟା ସମୟ କିମ୍ବା ଅପରାହ୍ନ 4 ଟା 15ରୁ 5 ଟା 15 ଯାଏଁ ହେବ ସୋ' । ଏନେଇ ପୁରୀ ଏୟାର ସୋ ସୁନିଶ୍ଚିତ ହୋଇସାରିଛି । ସେପଟେ ଭୁବନେଶ୍ବର ଏୟାର ସୋ ପାଇଁ ଏୟାର ସ୍ପେସ ଅନୁମତିକୁ ଅପେକ୍ଷା କରାଯାଇଛି ।

ଏହି ସୋ’ ପ୍ରାୟ 45 ମିନିଟର ହେବ । ଏଥିରେ ବାୟୁସେନାର ପ୍ରଶିକ୍ଷିତ ପାଇଲଟ୍‌ମାନେ ଆକାଶରେ ତ୍ରିରଙ୍ଗା ଆଙ୍କିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର କୌଶଳ ଦେଖାଇବେ । ହେଲେ ଏହି ସୋ’ ପାଇଁ ପ୍ରାୟ 1 ଘଣ୍ଟାରୁ ଅଧିକ ସମୟ ଭୁବନେଶ୍ବର ବିମାନବନ୍ଦରରେ ଉଡ଼ାଣ ବନ୍ଦ ରହିବ । ‌ଏହି ରୁଟ୍‌ରେ ଯେପରି କୌଣସି ବିମାନ ଯାତାୟତ କରିବେନି ସେନେଇ ଡିଜିସିଏ ସମେତ ବିଭିନ୍ନ ବିମାନବନ୍ଦରକୁ ସୂଚନା ଦେବାକୁ ହେବ। ଏନେଇ ଦୁଇ ରୁ ତିନିଦିନ ମଧ୍ୟରେ ସ୍ପଷ୍ଟ ହେବ । ଏହି ଚିତ୍ତାକର୍ଷକ ସୋ’ ଦେଖିବାକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ, ବିଧାୟକମାନଙ୍କୁ ନିମନ୍ତ୍ରଣ କରିବାର ଯୋଜନା ଅଛି ।

ସୂଚନା ଅନୁଯାୟୀ, ଓଡ଼ିଶା ବ୍ୟତୀତ ସେପ୍ଟେମ୍ବର 26 ଏବଂ 27 ରେ ଗୌହାଟୀ, ଅକ୍ଟୋବର 8 ରେ ଚଣ୍ଡିଗଡ଼ ଏବଂ ବରେଲୀରେ ଅକ୍ଟୋବର 14 ତାରିଖ ରେ ଏହାର ସୋ ପ୍ରଦର୍ଶନ କରାଯାଇବ। 1996 ରେ ଗଠିତ ହୋଇଥିବା “ସୂର୍ଯ୍ୟକିରଣ" ଏକ ଏରୋବ୍ୟାଟିକ୍ସ ପ୍ରଦର୍ଶନକାରୀ ଦଳ ଏବଂ ଭାରୀତୟ ବାୟୂସେନାର 52 ତମ ସ୍କ୍ୱାର୍ଡନର ଏକ ଅଂଶ । ଏହି ପ୍ରଦର୍ଶନରେ Hawk Mk-132 ବିମାନ ଆକାଶରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥାଏ । ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଭାରତୀୟ ବାୟୁସେନା ପକ୍ଷରୁ 2016 ମସିହାରେ କଟକର କାଠଯୋଡ଼ି ପଠାରେ ଏୟାର ସୋ’ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.