ETV Bharat / city

ବିବାହର ପ୍ରତିଶ୍ରୁତି ଦେଇ ଧୋକା, କମିଶନରଙ୍କ ପାଖରେ ଫେରାଦ ହେଲେ ଲେଡି ଡାକ୍ତର

author img

By

Published : Feb 3, 2022, 7:39 AM IST

ବିବାହର ପ୍ରତିଶ୍ରୁତି ଦେଇ ଧୋକା, କମିଶନରଙ୍କ ପାଖରେ ଫେରାଦ ଦେଲେ ଲେଡି ଡାକ୍ତର
ବିବାହର ପ୍ରତିଶ୍ରୁତି ଦେଇ ଧୋକା, କମିଶନରଙ୍କ ପାଖରେ ଫେରାଦ ଦେଲେ ଲେଡି ଡାକ୍ତର

ଭୁବନେଶ୍ବରରେ ପ୍ରେମ ପ୍ରତାରଣା ଅଭିଯୋଗ । ମହିଳା ଡାକ୍ତରଙ୍କ ସହ ପ୍ରେମ ସମ୍ପର୍କ ପରେ ଗର୍ଭପାତ କରାଇ ଧରାଛୁଆଁ ଦେଲାନି ଧୋକାବାଜ୍ ପ୍ରେମିକ । କାନ୍ଦି କାନ୍ଦି କମିଶନରଙ୍କ ପାଖରେ ଫେରାଦ ହେଲେ ଡାକ୍ତର । ଅଧିକ ପଢନ୍ତୁ

ଭୁବନେଶ୍ବର: ଇନଷ୍ଟାଗ୍ରାମରେ ଦେଖା । ଅନଲାଇନରେ ପ୍ରେମ । ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଲେ ପ୍ରେମିକ । ପ୍ରେମିକା ଗର୍ଭବତୀ ହେବା ପରେ ମେଡିସିନ ଖୁଆଇ ଛୁଆ ନଷ୍ଟ କରିବା ସହ ଆଉ ଧରାଛୁଆଁ ଦେଲାନି ଧୋକାବାଜ୍ ପ୍ରେମିକ । ପ୍ରେମ-ପ୍ରତାରଣାର ଏଭଳି ସାଙ୍ଘାତିକ ଅଭିଯୋଗ ନେଇ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି ଭୁବନେଶ୍ବରର ଏକ ପ୍ରତିଷ୍ଠିତ ମେଡିକାଲର ଜଣେ ମହିଳା ଡାକ୍ତର । ଅଭିଯୋଗ ସତ୍ତ୍ବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଲେଡି ଡାକ୍ତର ଜଣକ କାନ୍ଦି କାନ୍ଦି କମିଶନରଙ୍କ ପାଖରେ ଫେରାଦ ଦେଇଛନ୍ତି ।

ବିବାହର ପ୍ରତିଶ୍ରୁତି ଦେଇ ଧୋକା, କମିଶନରଙ୍କ ପାଖରେ ଫେରାଦ ଦେଲେ ଲେଡି ଡାକ୍ତର

ଏହି ମହିଳା ଡାକ୍ତର ବିହାରର ହୋଇଥିବାବେଳେ ରାଜଧାନୀରେ ଏକ ପ୍ରତିଷ୍ଠିତ ମେଡିକାଲରେ କାର୍ଯ୍ୟରତ । ଅନଲାଇନରେ ଜଣେ ଯୁବକ ବ୍ୟବସାୟୀଙ୍କ ସହ ସେ ବନ୍ଧୁତା କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ଯୁବତୀଙ୍କ ପଇସାରେ ଅଏସ୍ କରିଥିଲେ ପ୍ରେମିକ । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଲେ । ଯୁବତୀ ଜଣକ ଗର୍ଭବତୀ ହେବା ପରେ ଗର୍ଭପାତ କରିବା ସହ ଆଉ ଧରାଛୁଆଁ ଦେଲେନାହିଁ ପ୍ରେମିକ ।

ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୫୦୬,୪୯୩,୩୧୩,୩୪ରେ ମାମଲା ରୁଜୁ କଲା । ହେଲେ ଅଭିଯୁକ୍ତ ଜଣକ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନେଲାନି ପୋଲିସ । ଯାହାକୁ ନେଇ କାନ୍ଦି କାନ୍ଦି ପୀଡିତା ପୋଲିସ କମିଶନର କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.