ETV Bharat / bharat

ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା, ପରେ ଜୀବନ ହାରିଲା ଅଭିଯୁକ୍ତ - 5 Family Members Killed

author img

By ETV Bharat Odisha Team

Published : May 18, 2024, 4:45 PM IST

Chhattisgarh Murder: ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା କଲା ପଡ଼ୋଶୀ । ଏଭଳି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଜଣକ ଜୀବନ ହାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Chhattisgarh Murder
Chhattisgarh Murder (ETV Bharat)

ରାୟପୁର: ଛତିଶଗଡ଼ ବଲୌଦାବଜାର ସାରଗଡ଼ରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା କଲା ପଡ଼ୋଶୀ । ଅତି ଦୟନୀୟ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଅଭିଯୁକ୍ତ ଜୀବନ ହାରିଥିବ ଅଭିଯୋଗ ହୋଇଛି । କେଉଁ ପରିସ୍ଥିତିରେ ପଡ଼ୋଶୀ ଜଣକ ଏଭଳି ନିର୍ମମ କାଣ୍ଡ ଭିଆଇଛି ସେ ସମ୍ପର୍କରେ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

କଣ ପୁରା ଘଟଣା ? :- ମିଳିଥିବା ସୂଚନା ଅନୁସାରେ ସଲିହା ଥାନା ଅଧିନସ୍ଥ ଥାରଗାଓଁର 5 ଜଣଙ୍କୁ ହତ୍ୟା କରାଯାଇଛି । ଅଭିଯୁକ୍ତ ଜଣକ ଅତ୍ୟନ୍ତ ନିର୍ମମ ଭାବେ ପରିବାରର 5 ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲା । ଏହି ହତ୍ୟାକାରୀ ମୃତ ପରିବାରର ପଡ଼ୋଶୀ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଅଭିଯୁକ୍ତ ପରିବାରର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଜୀବନ ହାରିଛି । ପ୍ରାଥମିକ ସ୍ଥିତିରେ ହତ୍ୟାର କାରଣ କଣ ଜଣାପଡିନାହିଁ । ଏହି ପରିବାର ସହିତ ଅଭିଯୁକ୍ତର କୌଣସି ଶତ୍ରୁତା ଥିଲା କି କୌଣସି ବିବାଦକୁ ନେଇ ସେ ଏଭଳି ଅପରାଧ କଲା ସେ ଦିଗରେ ପୋଲିସ ତଦନ୍ତ କରୁଛି ।

ଏନେଇ ବଲୌଦାବଜାର ଏସସପି ଅବନାଶ ଠାକୁର କହିଛନ୍ତି, " ସାରଗଡ଼ ବିଲାଇଗଡ଼ ଜିଲ୍ଲାର ଏହି ଘଟଣା । ପରିବାରର 5 ସଦସ୍ୟ ଓ ହତ୍ୟାକାରୀଙ୍କ ସହିତ ମୋଟ 6 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ ଜାରି ରଖିଛି ।" ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରାଯାଇଛି । ଏହିସହିତ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ବି ପଢନ୍ତୁ- ସୀତାପୁରରେ ଚାଞ୍ଚଲ୍ୟ; ପରିବାରର ୫ ଜଣଙ୍କୁ ଗୁଳି କରି ହତ୍ୟା କଲା ଯୁବକ, ପରେ ହାରିଲେ ଜୀବନ

ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ସୀତାପୁରରେ ଏଭଳି ଏକ ଘଟଣା ଘଟିଥିଲା । ଗୋଟିଏ ପରିବାରର 5ଜଣଙ୍କୁ ହତ୍ୟା କରିଥିଲା ଯୁବକ । ସୀତାପୁର ଜିଲ୍ଲାର ରାମପୁର ମଥୁରା ଅଞ୍ଚଳରେ ଜଣେ ମଦ୍ୟପ ଯୁବକ ମା', ପତ୍ନୀ ଏବଂ 3ଛୁଆକୁ ହତ୍ୟା କରିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଲୋକେ ବେଶ ଭୟଭୀତ ହୋଇପଡ଼ିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.