ETV Bharat / city

Ind vs SA T-20: ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି

author img

By

Published : Jun 10, 2022, 2:08 PM IST

Updated : Jun 10, 2022, 3:56 PM IST

ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଦଳ ଖେଳାଳି
ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଦଳ ଖେଳାଳି

ବାରବାଟୀ ବ୍ୟାଟେଲକୁ ଆଉ ୨ ଦିନ । ଆସନ୍ତା ୧୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ । ଏ ନେଇ ଆଜି (ଶୁକ୍ରବାର) ଦୁଇ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ବାରବାଟୀ ବ୍ୟାଟେଲକୁ ଆଉ୨ ଦିନ । ଦିନକ ପରେ ଦୁଲୁକିବ ଷ୍ଟାଡିୟମ । ଆସନ୍ତା ୧୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ । ଏ ନେଇ ଆଜି (ଶୁକ୍ରବାର) ଦୁଇ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସ୍ବତନ୍ତ୍ର ବିମାନରେ ଆସିଛନ୍ତି ଦୁଇ ଦଳରେ ଖେଳାଳି ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଗୋ ବଦଳରେ ଭିଭିଆଇପି ଗେଟ୍‌ ଦେଇ ବାହାରିଛନ୍ତି ଖେଳାଳି । କଡା ସୁରକ୍ଷା ଭିତରେ ସେମାନଙ୍କୁ ମେ ଫେୟାର ହୋଟେଲକୁ ନିଆଯାଇଛି । ହୋଟେଲରେ ସେମାନଙ୍କ ରହଣି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମେ ଫେୟାର ହୋଟେଲରୁ ଖେଳିଳାଙ୍କୁ ଭବ୍ୟ ସ୍ବାଗତ
ମେ ଫେୟାର ହୋଟେଲରୁ ଖେଳିଳାଙ୍କୁ ଭବ୍ୟ ସ୍ବାଗତ
Ind vs SA T-20: ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି

ତେବେ ସୂଚନା ଥାଉ କି ପ୍ରଥମ ଟି-୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଛି ଭାରତ । ୨୧୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ହାସଲ କରିଛି ଦକ୍ଷିଣ ଆଫ୍ରିକା ଦଳ । ଦଳ ପକ୍ଷରୁ ଡେଭିଡ ମିଲର ଓ ରାଶି ଭାନ ଡେର ଡୁସେନ ସର୍ବାଧିକ ସ୍କୋର୍‌ କରିଥିଲେ । ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ଦ୍ବିତୀୟ ମ୍ୟାଚରେ ବିଜୟ ଲକ୍ଷ୍ୟ ରଖିଛି ଭାରତ । ବାରବାଟୀରେ ଭାରତର ବିଶାଳ ବିଜୟ ହାସଲ ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 10, 2022, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.