ETV Bharat / city

ଓଡିଶାରେ Omicron: ଆତଙ୍କିତ ହେବା ଭଳି ସ୍ଥିତି ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Dec 21, 2021, 3:43 PM IST

ରାଜ୍ୟରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ଆତଙ୍କିତ ରାଜ୍ୟବାସୀ । ଆଜି ୨ଜଣ ଓମିକ୍ରମ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଚିହ୍ନଟ ସଂକ୍ରମିତଙ୍କ ଅବସ୍ଥା ଭଲଅଛି । ଭୟଭିତ ହେବାକୁ କୌଣସି ସ୍ଥିତି ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ଆତଙ୍କିତ ହେବା ଭଳି ସ୍ଥିତି ନାହିଁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଆତଙ୍କିତ ହେବା ଭଳି ସ୍ଥିତି ନାହିଁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ନିଦ ଉଡାଇଲାଣି ଓମିକ୍ରମ ଭାରିଏଣ୍ଟ (Omicron varient)। ରାଜ୍ୟରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ଆତଙ୍କିତ ରାଜ୍ୟବାସୀ । ଆଜି ୨ଜଣ ଓମିକ୍ରମ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଚିହ୍ନଟ ସଂକ୍ରମିତଙ୍କ ଅବସ୍ଥା ଭଲ ଅଛି । ଭୟଭିତ ହେବାକୁ କୌଣସି ସ୍ଥିତି ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଆତଙ୍କିତ ହେବା ଭଳି ସ୍ଥିତି ନାହିଁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

8800ରୁ ଅଧିକ ଯାତ୍ରୀ ବିଦେଶରୁ ଆସିଥିଲେ । 1600 ପାଖାପାଖି ଆଟ ରିସ୍କ କଣ୍ଟ୍ରିରୁ ଆସିଥିଲେ । ଗତ ନଭେମ୍ବର 21 ପରଠାରୁ ସେମାନଙ୍କୁ ସର୍ଭେଲାନ୍ସ ରଖାଯାଇଥିଲା । ସେମାନଙ୍କ ଭିତରୁ 12 ଜଣ ଆରଟିପିସିଆର ପଜିଟିଭ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ 4 ପଜିଟିଭ ନମୂନାର ଜିନାମ ସିକ୍ୱେନ୍ସିଂରୁ ଓମିକ୍ରନ ବାହାରି ନଥିଲା । ଦ୍ବିତୀୟ ପର୍ଯ୍ୟାୟ ଜିନମ ସିକ୍ୱେନ୍ସିଂରୁ 2 ଜଣ ଓମିକ୍ରନ ପଜିଟିଭ ହୋଇଥିବା ଜଣାପଡିଛି । ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଆସିଛନ୍ତି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛନ୍ତି । ସେମାନଙ୍କୁ ଆସୋଲେସନରେ ରଖାଯାଇଛି । ତେଣୁ ଭୟଭିତ ହେବା ଭଳି ସ୍ଥିତି ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି। ୨୧ ଜଣ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ସମସ୍ତ ୨୧ ଜଣଙ୍କର ଟେଷ୍ଟିଂ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେମାନଙ୍କ ଉପରେ ନଜର ରଖାଯାଇଛି । ଜଣକର ସାମନ୍ୟ ଲକ୍ଷଣ ଅଛି । ଚିନ୍ତା କରିବାର କିଛି ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ମାମଲା ଚିହ୍ନଟ ପରେ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ସରକାର । ଦେଶରେ ଆଜି ସୁଦ୍ଧା ୨୦୦ ପାର କରିସାରିଲାଣି ଓମିକ୍ରନ । ମହାରାଷ୍ଟ୍ର ଓ ଦିଲ୍ଲାରେ ସର୍ବାଧିକ ମାମଲା ଚିହ୍ନଟ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.