ETV Bharat / city

ପୂର୍ବତଟ ରେଲଓ୍ବେ ଜିଏମଙ୍କୁ ଟ୍ରାନ୍ସ‌ଫର ଧମକ, ଗାଜିଆବାଦରୁ ଗିରଫ ନକଲି ମିନିଷ୍ଟର ପିଏ

author img

By

Published : Jul 25, 2021, 7:50 PM IST

Updated : Jul 25, 2021, 8:40 PM IST

ପୂର୍ବତଟ ରେଲଓ୍ବେ ଜିଏମଙ୍କୁ ଟ୍ରାନସଫର ଧମକ ଦେଇ ଗିରଫ ଅଭିଯୁକ୍ତ
ପୂର୍ବତଟ ରେଲଓ୍ବେ ଜିଏମଙ୍କୁ ଟ୍ରାନସଫର ଧମକ ଦେଇ ଗିରଫ ଅଭିଯୁକ୍ତ

19:42 July 25

ପୂର୍ବତଟ ରେଲଓ୍ବେ ଜିଏମଙ୍କୁ ଟ୍ରାନ୍ସଫର ଧମକ, ଗାଜିଆବାଦରୁ ଗିରଫ ହେଲା ନକଲି ମିନିଷ୍ଟର ପିଏ

ଭୁବନେଶ୍ବର:ପୂର୍ବତଟ ରେଲଓ୍ବେ ଜିଏମଙ୍କୁ ଟ୍ରାନ୍ସ‌ଫର ଧମକ ଦେଉଥିଲା  । ଗାଜିଆବାଦରୁ ଗିରଫ ହେଲା ନକଲି ମିନିଷ୍ଟର ପିଏ  ।  ଗାଜିଆବାଦରୁ ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କ ନାମ ସମର୍ଥ ବିଶ୍ବକର୍ମା ବୋଲି ଜଣା ପଡ଼ଛି । ଠକ ମିନିଷ୍ଟର ପିଏ ସାଜି ପୂର୍ବତଟ ରେଲଓ୍ବେ ଜିଏମଙ୍କୁ ଧମକ ଦେଉଥିଲା ଦଲାଲ୍ ସମର୍ଥ । ହ୍ବାଟ୍ସ ଆପରେ ଜଣେ ପ୍ରଦୀପ ପାଣିଗ୍ରାହି ନାମକ ଜଣେ କର୍ମଚାରୀଙ୍କ ବଦଳି ରୋକିବାକୁ ଧମକପୁର୍ଣ୍ଣ ମେସେଜ ଦେଇଥିଲା ।  

ଏହାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ବେଳେ ଅଭିଯୁକ୍ତର ସୁରାକ୍ ପାଇଥିଲା କମିଶନରେଟ ପୋଲିସ । ଗାଜିଆବାଦର ସ୍ନୋବେଲ ନାମକ ଏକ କମ୍ପାନୀରେ କାମ କରୁଥିବା ଅଭିଯୁକ୍ତ ସମର୍ଥ ବିଶ୍ବକର୍ମାକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତକୁ ସେଠାରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ଆଜି ଆପିସିର ଧାରା ୪୧୯ ଓ ଆଇଟି ଆକ୍ଟର ୬୬ରେ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated :Jul 25, 2021, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.