ETV Bharat / city

ଆତଙ୍କୀ ଆକ୍ରମଣ ଆଶଙ୍କା ! ହାଇ ଆଲର୍ଟ ଜାରି

author img

By

Published : Aug 11, 2019, 12:45 AM IST

Updated : Aug 11, 2019, 2:24 AM IST

ସାମୁଦ୍ରିକ ପଥ ଦେଇ ରାଜ୍ୟରେ ପଶି ପାରନ୍ତି ଆତଙ୍କୀ । ଏନେଇ ସାମୁଦ୍ରିକ ତଟରେ ଜାରି ହେଲା ହାଇଆଲର୍ଟ । କୋଷ୍ଟ ଗାର୍ଡ ପକ୍ଷରୁ ୭ଟି ଉପକୂଳବର୍ତ୍ତୀ ଜିଲ୍ଲାର ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଡିଜାଇନ ଫଟୋ

ଭୁବନେଶ୍ବର: ସମୁଦ୍ର ପଥ ଦେଇ ଓଡିଶାରେ ହୋଇପାରେ ଆତଙ୍କୀ ଆକ୍ରମଣ । ଏନେଇ ସାମୁଦ୍ରିକ ତଟରେ ଜାରି ହେଲା ହାଇ ଆଲର୍ଟ । କୋଷ୍ଟଗାର୍ଡ ପକ୍ଷରୁ 7ଟି ଉପକୂଳବର୍ତ୍ତୀ ଜିଲ୍ଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ 18ଟି ସାମୁଦ୍ରିକ ଥାନାରେ କଡା ଆଲର୍ଟ ରହିବାକୁ ସର୍ତକ କରାଇଛନ୍ତି କୋଷ୍ଟ ଗାର୍ଡ ଏଡିଜି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିସହ ତଟବର୍ତ୍ତି ଅଞ୍ଚଳରେ ପାଟ୍ରୋଲିଂ କଡାକଡି ସହ ମତ୍ସ୍ୟଜୀବୀ ସମ୍ପ୍ରଦାୟ ରହୁଥିବା ଅଞ୍ଚଳରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମୁଦ୍ର ପଥ ଦେଇ ଆତଙ୍କୀ ଆକ୍ରମଣ ନେଇ ଭାରତରେ ଅନୁପ୍ରବେଶ ନେଇ ଗତ କିଛି ଦିନ ତଳେ ଖବର ମିଳିଥିଲା । ତେଣୁ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ହାଇ ଆଲର୍ଟ ଜାରି ହୋଇଥିବା କହିଛନ୍ତି କୋଷ୍ଟ ଗାର୍ଡ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଓଡିଶାକୁ ସାମୁଦ୍ରିକ ଅନୁପ୍ରବେଶ ଭୟ,
ହାଇ ଆଲର୍ଟ ଜାରି କଲା କୋଷ୍ଟ ଗାର୍ଡBody:

ସାମୁଦ୍ରିକ ପଥ ଦେଇ ରାଜ୍ଯକୁ ପଶିପାରନ୍ତି ଅତତାୟୀ।ଏନେଇ ସାମୁଦ୍ରିକ ତଟରେ ଜାରି ହେଲା ହାଇଆଲର୍ଟ।କୋଷ୍ଟ ଗାର୍ଡ ପକ୍ଷରୁ ଏନେ ଇ ୭ଟି ଉପକୁଳବର୍ତି ଜିଲ୍ଲାର ଏସପିଙ୍କୁ ଦିଆଯାଇଛି ନିର୍ଦେଶ। ୧୮ଟି ସାମୁଦ୍ରିକ ଥାନାରେ କଡା ଆଲର୍ଟ ରହିବାକୁ ସତର୍କ କରାଇଛନ୍ତି କୋଷ୍ଟଗାର୍ଡ ଡିଜି ପ୍ରଣବିନ୍ଦୁ ଆଚାର୍ଯ।ଏନେଇ ତଟବର୍ତି ଅଂଚଳରେ ପାଟ୍ରୋଲିଂ କଡାକଡି ସହ ମତ୍ସଜିବି ସମ୍ପ୍ରଦାୟର ରହୁଥିବା ଅଂଚଳରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି।ତେବେ କିଛି ଦିନ ପୁର୍ବେ ଏନେଇ ଏକ ଇନପୁଟ ମିଳିଥିଲା କୋଷ୍ଟଗାର୍ଡକୁ ଏକ ପ୍ରକାର ସାମୁଦ୍ରିକ ଭୟ ରହିଥିବା ବେଳେ କିଛି ଅନୁପ୍ରବେଶକାରି ପଶିବାର ସୁଚନା ମିଳିଥିଲା ଫଳରେ କିଛି ବଡ ଅଘଟଣ ଘଟିବାର ଦୃଷ୍ଟିରେ ରଖି ସତର୍କତାମୁଳକ ପଦକ୍ଷେପ ନେବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଫୋନଯୋଗେ ଜଣାଇଛନ୍ତି କୋଷ୍ଟଗାର୍ଡ ଡିଜି।Conclusion:ଫୋନୋ- ପ୍ରଣବିନ୍ଦୁ ଆଚାର୍ଯ,କୋଷ୍ଟଗାର୍ଡ ଡିଜି
Last Updated :Aug 11, 2019, 2:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.