ETV Bharat / city

Home Loan: ଭିକ ମାଗି ୪୦ ହଜାର ଋଣ ସୁଝିଲେ ବୃଦ୍ଧା

author img

By

Published : Jun 11, 2022, 9:22 AM IST

Home Loan: ଭିକ ମାଗି ୪୦ ହଜାର ଋଣ ସୁଝିଲେ ବୃଦ୍ଧା
Home Loan: ଭିକ ମାଗି ୪୦ ହଜାର ଋଣ ସୁଝିଲେ ବୃଦ୍ଧା

ରାଜଧାନୀ ଭୁବନେଶ୍ବରରେ ଋଣ କରି ଘର କିଣିଥିଲେ । ହେଲେ ଋଣ ସୁଝି ନପାରିବା ପରେ ଭିକ ମାଗି ଶେଷରେ ବୃଦ୍ଧା ଋଣ ସୁଝିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଘର ପାଇଁ ଭୁବନେଶ୍ବରରେ ଋଣ କରିଥିଲେ । ହେଲେ ସୁଝିଲେ ରାଉଲକେଲାରେ । ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତିର ୮୦ ବର୍ଷୀୟ ବିଧବା ବୃଦ୍ଧା ଭଗବତୀ ପାଣିଗ୍ରାହୀ ଭିକ ମାଗି ପ୍ରାୟ ୪୦ ହଜାର ଟଙ୍କାର ଋଣ ସୁଝିଥିବା ଜଣାପଡ଼ିଛି । ଭିକ ମାଗିବା ପାଇଁ ରାଜଧାନୀରେ କୌଣସି ସହଯୋଗ ମିଳିନଥିଲା । ବିଏମସି ତଡି ଦେବା ପରେ ଷ୍ଟିଲ ସିଟି ରାଉରକେଲା ସାଜିଥିଲା ସାହାରା । ଗୋଟିଏ ମାତ୍ର ପୁଅ ସେ ପୁଣି ମାନସିକ ବିଷାଦଗ୍ରସ୍ତ । ଏଭଳି ସ୍ଥିତିରେ ସାବତ ପୁଅମାନେ ନ ପଚାରିବାରୁ କେଉଁଠି ବି ମୁଣ୍ଡ ଗୁଞ୍ଜିବାକୁ ଘର ପାଇନଥିଲେ ବୃଦ୍ଧା । ଋଣ ସୁଝିବାକୁ କିଛି ଉପାୟ ନପାଇ ଟ୍ରେନରେ ବସି ପହଞ୍ଚିଥିଲେ ରାଉଲକେଲାରେ ।

Home Loan: ଭିକ ମାଗି ୪୦ ହଜାର ଋଣ ସୁଝିଲେ ବୃଦ୍ଧା

ଆଉ ଏଠାରେ ତାଙ୍କ ଭିକ ମାଗିବା ଖବର ପ୍ରସାରଣ ପରେ ଭଗବତୀଙ୍କୁ ସହଯୋଗ କରିଛନ୍ତି ଅନେକ ସହୃଦୟ ବ୍ୟକ୍ତି । ସମାଜସେବୀ ମିନତୀ ଦେବତା କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ସଂଗ୍ରହ କରି ଭଗବତୀଙ୍କୁ ଦେଇଥିଲେ । ଫଳରେ ନିଜ ଉପରେ ଥିବା ଋଣ ସୁଝିବାରେ ସଫଳ ହୋଇଥିଲେ ଭଗବତୀ । ଏହାପରେ ସେ ନିଜ ଘରକୁ ଫେରିଛନ୍ତି । ଭଗବତୀଙ୍କର ତିନି ଝିଅ ଥିବା ବେଳେ ଖବର ପାଇଁ ସେମାନେ ମା'କୁ ଘରକୁ ଆଣିଛନ୍ତି ।

ଆଉ ମାଆକୁ ପାଖରେ ପାଇ ବେଶ ଖୁସି ହୋଇଛନ୍ତି । ଅନ୍ୟପଟେ ଏଭଳି ଦୁର୍ଦ୍ଦିନରେ ଦିନ କାଟି ମଧ୍ୟ ଭଗବତୀ ଘରକୁ ଫେରିଥିବା ବେଳେ ଆଜି ବି ଭଗବାନଙ୍କ ପାଖରେ ପୁଅ ମାନଙ୍କର ଶୁଭ ମନାସିଛନ୍ତି । ଏଭଳି କରି ସେ ମା'ର ଉଦାରପଣତାର ଉଦାହରଣ ଦେଖାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.