ETV Bharat / city

ନିଶା ବେପାରୀଙ୍କୁ ସାବାଡ କରୁଛି ପୋଲିସ: ୫ ଦିନରେ ୫୨ ମାମଲା, ୯୧୩ ଲିଟର ମଦ ଜବତ

author img

By

Published : Jan 24, 2022, 10:53 PM IST

ନିଶା ବେପାରୀଙ୍କୁ ସାବଡ କରୁଛି ପୋଲିସ : ପାଞ୍ଚ ଦିନରେ ୫୨ ମାମଲା ,୯୧୩ ଲିଟର ମଦ ଜବତ
ନିଶା ବେପାରୀଙ୍କୁ ସାବଡ କରୁଛି ପୋଲିସ : ପାଞ୍ଚ ଦିନରେ ୫୨ ମାମଲା ,୯୧୩ ଲିଟର ମଦ ଜବତ

ରାଜଧାନୀରେ ମଦ ବିକ୍ରି ବିରୋଧରେ ଚାଲିଛି ଘନଘନ ଚଢାଉ । ବିଭିନ୍ନ ଥାନା ଅଞ୍ଚଳରୁ ମଦ ବେପାରୀଙ୍କୁ ଖୋଜୁଛି ପୋଲିସ । ପାଞ୍ଚ ଦିନରେ ୫୨ ମାମଲା ରୁଜୁ ୯୧୩ ଲିଟର ମଦ ଜବତ । ଅଧିକ ପଢନ୍ତୁ

ଭୁବନେଶ୍ବର : ରାଜଧାନୀରେ ମଦ ବିକ୍ରି ବିରୋଧରେ ଚାଲିଛି ଘନଘନ ଚଢାଉ । ବିଭିନ୍ନ ଥାନା ଅଞ୍ଚଳରୁ ମଦ ବେପାରୀଙ୍କୁ ଖୋଜୁଛି ପୋଲିସ । ବେଆଇନ ଓ ଚୋରା ମଦ କାରବାର କରୁଥିବା ବେପାରୀଙ୍କୁ ପୋଲିସ ଗୋଡେଇ ଧରୁଛି ।

ନିଶା ବେପାରୀଙ୍କୁ ସାବଡ କରୁଛି ପୋଲିସ : ପାଞ୍ଚ ଦିନରେ ୫୨ ମାମଲା ,୯୧୩ ଲିଟର ମଦ ଜବତ
ନିଶା ବେପାରୀଙ୍କୁ ସାବଡ କରୁଛି ପୋଲିସ : ପାଞ୍ଚ ଦିନରେ ୫୨ ମାମଲା ,୯୧୩ ଲିଟର ମଦ ଜବତ

ନିଶା ବେପାରୀଙ୍କୁ ଧରି ଜେଲ ପଠାଉଛି । ଗତ ୫ଦିନର ରେକର୍ଡ ଦେଖିଲେ । ବିଭିନ୍ନ ଥାନା ଅଞ୍ଚଳରୁ ୫୨ଟି ମାମଲା ରୁଜୁ କରି ୯୧୩ ଲିଟର ମଦ ଜବତ କରାଯାଇଛି । ଅର୍ଥାତ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଥାଇ ମଧ୍ୟ ଚୋରାରେ ମଦ କାରବାର‌ ହେଉଥିବା ଏହି ଘଟଣାରୁ ସାମ୍ନାକୁ ଆସିଛି ।

ଯାହାର‌ ସ୍ବତନ୍ତ୍ର ଡ୍ରାଇଭ କରି ପୋଲିସ ବିଭିନ୍ନ ଆଡ୍ଡାସ୍ଥଳୀ ଗୁଡିକରେ ଚଢ଼ାଉ କରି ଦେଶୀ ବିଦେଶୀ ସହ ନକଲି ମଦ ମଧ୍ୟ ଜବତ କରାଯାଇଛି। ତେବେ ଲକ୍ଷ୍ମୀସାଗର,ଚନ୍ଦକା,ଚନ୍ଦ୍ରଶେଖରପୁର ଓ ବାଲିଅନ୍ତା ଥାନା, ଏୟାରପୋର୍ଟ, କ୍ୟାପିଟାଲ, ଖଣ୍ଡଗିରି, ତମାଣ୍ଡୋ, ମଞ୍ଚେଶ୍ୱର, ବାଲିପାଟଣା, ଜଟଣୀ, ଖାରବେଳନଗର, ପାହାଳ ଓ ନନ୍ଦନକାନନ ଥାନା ଭଳି ଅଞ୍ଚଳରେ ବେଧଡକ ଚାଲିଛି ମଦ କାରବାର । ଚୋରାମଦ କାରବାର ଚଲାଇଥିବା ମଦ ମାଫିଆକୁ ଧରିବାକୁ ପୋଲିସ ପ୍ରୟାସ ଚଳାଇଛି ।

ଏହାବି ପଢନ୍ତୁ : India Book of Records ରେ ଖୋର୍ଦ୍ଧା ଲଳନା, ମିରର ରାଇଟିଂ କରି ସାଉଁଟିଲେ ପ୍ରଶଂସା

ବେଆଇନ ମଦ ବିକ୍ରି କରୁଥିବାରୁ ଏକସାଇଜ ଆକ୍ଟରେ ମଦ ମାଫିଆଙ୍କୁ ଗିରଫ ସହ ମଦ ଜବତ କରିଛି ପୋଲିସ । ଏନେଇ ଜନସାଧାରଣଙ୍କୁ ବେଆଇନ ମଦ ବିକ୍ରି, ନିଶା ବେପାର କିମ୍ବା ଘଟୁଥିବା ଅନ୍ୟାନ୍ୟ ଅପରାଧ ସମ୍ପର୍କରେ ସୂଚନା ଦେବା ପାଇଁ ପୋଲିସ ହ୍ୱାଟସଆପ୍ ନମ୍ବର ୭୦୭୭୭୯୮୧୧୧ ଜାରି କରି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.