ETV Bharat / state

India Book of Records ରେ ଖୋର୍ଦ୍ଧା ଲଳନା, ମିରର ରାଇଟିଂ କରି ସାଉଁଟିଲେ ପ୍ରଶଂସା

author img

By

Published : Jan 24, 2022, 9:38 PM IST

ଦେଖୁ ଦେଖୁ ଧଳା କାଗଜରେ ଗାରେଇ ହୋଇ ଯାଉଛି ଭିନ୍ନ ଭିନ୍ନ ଭାଷାର ଜାତୀୟ ସଙ୍ଗୀତ । କେବଳ ଡାହାଣ ହାତ ନୁହେଁ ବାମ ହାତରେ ମଧ୍ୟ ସେ ଲେଖୁଛନ୍ତି ଦେଶାତ୍ମବୋଧକ ସଙ୍ଗୀତ । ଏହି ବିରଳ କିର୍ତ୍ତୀ ପାଇଁ ସେ ସ୍ଥାନ ପାଇଛନ୍ତି ଇଣ୍ତିଆ ବୁକ ଅଫ ରେକର୍ଡସରେ । ଏପରି ପ୍ରତିଭାବାନ ଛାତ୍ରୀ ହେଉଛନ୍ତି ମୁସ୍କାନ ତେହେସିନ । ଅଧିକ ପଢନ୍ତୁ

ଇଣ୍ତିଆ ବୁକ ଅଫ ରେକର୍ଡସରେ ଖୋର୍ଦ୍ଧା ଲଳନା, ମିରର ରାଇଟିଂ କରି ସାଉଁଟିଲେ ପ୍ରଶଂସା
ଇଣ୍ତିଆ ବୁକ ଅଫ ରେକର୍ଡସରେ ଖୋର୍ଦ୍ଧା ଲଳନା, ମିରର ରାଇଟିଂ କରି ସାଉଁଟିଲେ ପ୍ରଶଂସା

ଖୋର୍ଦ୍ଧା: କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଦେଇଛି ସଫଳତା । ସେଇଥି ପାଇଁ ତ ସେ ଆଜି ଇଣ୍ତିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ତରାବୋଇର ମୁସ୍କାନ ତେହେସିନ । ଖୋର୍ଦ୍ଧା ପିଏନ କଲେଜର ଯୁକ୍ତ ତିନିର ଛାତ୍ରୀ । ଏକାସାଙ୍ଗରେ ଦୁଇ ହାତରେ ମିରର ରାଇଟିଂ କରି ୫ଟି ଭାଷାରେ ଜାତୀୟ ସଙ୍ଗୀତ ଲେଖି ସଫଳତା ସାଉଁଟିଛନ୍ତି ମୁସ୍କାନ ।

ଇଣ୍ତିଆ ବୁକ ଅଫ ରେକର୍ଡସରେ ଖୋର୍ଦ୍ଧା ଲଳନା, ମିରର ରାଇଟିଂ କରି ସାଉଁଟିଲେ ପ୍ରଶଂସା

କେବଳ ଡାହାଣ ହାତ ନୁହେଁ ବାମ ହାତରେ ମଧ୍ୟ ସେ ଲେଖୁଛନ୍ତି ଦେଶାତ୍ମବୋଧକ ସଙ୍ଗୀତ । ଏହି ବିରଳ କିର୍ତ୍ତୀ ପାଇଁ କେବଳ ଖୋର୍ଦ୍ଧା କାହିଁକି ପୁରା ଓଡିଶାକୁ କରିଛନ୍ତି ଗୌରବାନିତ୍ବ । ହିନ୍ଦି,ଇଂରାଜୀ, ଓଡିଆ, ଉର୍ଦ୍ଦୁ ଓ ସଂସ୍କୃତ ଭାଷାରେ ସେ ଦେଶାତ୍ମାବୋଧକ ସଙ୍ଗୀତ ଲେଖିବାରେ ବେଶ ପାରଙ୍ଗମ । କେବଳ ସେତିକି ନୁହେଁ ସେ ଗୋଟିଏ ହାତରେ ଦୁଇଟି କଲମ ଧରି ଭିନ୍ନ ଭିନ୍ନ ଢଙ୍ଗରେ ମଧ୍ୟ ଲେଖାଲେଖା କରିବାରେ ସେ ବେଶ ସିଦ୍ଧହସ୍ତ ।

ପିଲାଟି ଦିନରୁ ବାମ ହାତରେ ଲେଖୁଥିବା ମୁସ୍କାନ ତେହେସିନଙ୍କୁ ମା ତାଙ୍କର ଡାହାଣ ହାତରେ ଲେଖିବାକୁ ତାଗିଦ କରିଥିଲେ । ପରେ ମୁସ୍କାନ ଡାହାଣ ହାତରେ ଲେଖି ଚାଲିଲେ । ତେବେ ଲକ ଡାଉନରେ କଲେଜ ବନ୍ଦ ଥିବାରୁ ମୁସ୍କାନକୁ ମା ଦୁଇ ହାତରେ ଲେଖିପାରିବୁ କି ପଚାରି ବାରୁ ଆଉଥରେ ଲେଖିବା ଆରମ୍ଭ କରିଥିଲେ ସେ । ଯାହା ଆଜି ତାଙ୍କୁ ଆଣି ଦେଇଛି ସଫଳତା ।

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି । ମୁସ୍କାନଙ୍କ ବାପା ମା ଝିଅର ଏହି ରେକର୍ଡକୁ ନେଇ ବେଶ ଖୁସି ଥିବା ବେଳେ ଆଗକୁ ଏସିଆ ଆଉ ଓ୍ବାର୍ଲ୍ଡ ବୁକରେ ସ୍ଥାନିତ ହେବାର ଲକ୍ଷ୍ୟ ରଖିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.