ETV Bharat / city

ଆଉ 66 ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ

author img

By

Published : Aug 4, 2021, 9:36 AM IST

ଆଉ 66 ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ
ଆଉ 66 ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ

ଆଜି(ବୁଧବାର) ଆଉ ୬୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଦୈନିକ ମୃତ୍ୟୁସଂଖ୍ୟାରେ ପୁଣି ଆଗରେ ଖୋର୍ଦ୍ଧା ରହିଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ କମୁନାହିଁ ମୃତ୍ୟୁ । ଆଜି(ବୁଧବାର) ଆଉ ୬୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଦୈନିକ ମୃତ୍ୟୁସଂଖ୍ୟାରେ ପୁଣି ଆଗରେ ଖୋର୍ଦ୍ଧା ରହିଛି ।

ଆଜିର ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ୫, ଭଦ୍ରକରୁ ୨, ବଲାଙ୍ଗୀରରୁ ୨, କଟକରୁ ୧୦, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ଝାରସୁଗୁଡ଼ା, ଯାଜପୁରରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ ୧, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ରୋଗୀ ଆଖି ବୁଜିଛନ୍ତି । ଏହା ସହିତ ଖୋର୍ଦ୍ଧାରୁ ୧୮, ମୟୂରଭଞ୍ଜରୁ ୬, ନୟାଗଡ଼ରୁ ୨, ପୁରୀରୁ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତ୍ୟୁ ରିପୋର୍ଟକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୬୧୬୮କୁ ବୃଦ୍ଧି ହୋଇଛି ।

ଗତକାଲି ଅପେକ୍ଷା ରାଜ୍ୟରେ ଆଜି ସଂକ୍ରମଣ ସାମାନ୍ୟ ଅଧିକ ରହିଛି । ୧୩୧୫ ପଜିଟିଭ କେସ ଆସିଥିବାବେଳେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୦ ଲକ୍ଷ ମୁହାଁ ହେଉଛି । ସଂକ୍ରମଣରେ ହ୍ରାସ ଘଟିଥିଲେ ମଧ୍ୟ ବିପଦ ଟଳିନାହିଁ । ଏପଟେ ମୃତ୍ୟୁସଂଖ୍ୟା ବଢୁଥିବା ନେଇ ଲୋକଙ୍କ ମନରେ ଛନକା ପଶିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.