ETV Bharat / city

କୋରୋନାରେ ରାଜ୍ଯରୁ ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

author img

By

Published : Sep 12, 2021, 11:01 AM IST

କୋରୋନାରେ ରାଜ୍ଯରୁ ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ
କୋରୋନାରେ ରାଜ୍ଯରୁ ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ରାଜ୍ୟରେ ତଳମୁହାଁ ହୋଇଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି(ରବିବାର) ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

ଭୁବନେଶ୍ବର: କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ରବିବାର) ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । କିଛି ଦିନ ହେବ ୧୦ତଳେ ରହିଛି ଦୈନିକ ମୃତ୍ୟୁସଂଖ୍ୟା ।

ଆଜିର ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ଓ ପୁରୀରୁ ୨ ଜଣ ଲେଖାଏଁ ରୋଗୀଙ୍କ ଜୀବନ ଯାଇଥିବାବେଳେ କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୮,୦୯୮କୁ ବୃଦ୍ଧି ହୋଇଛି । ରାଜ୍ୟରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁହାର ତଳମୁହାଁ ରହିଛି ।

୨୪ଘଣ୍ଟାରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୩ ଜଣ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୩୬୨କୁ ବୃଦ୍ଧି ହୋଇଛି । ସେମାନଙ୍କ ମଧ୍ୟରୁ ୧୦,୦୧୨୫୪ ସୁସ୍ଥ ହୋଇ ସାରିଥିବା ବେଳେ ୬,୯୫୭ ଜଣ ଚିକିତ୍ସାଧୀନ ଅଛନ୍ତି । ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଆଗକୁ ତୃତୀୟ ଲହର ଆଶଙ୍କା ରହିଛି ତେଣୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.