ETV Bharat / city

ରାଜ୍ୟରେ ତଳମୁହାଁ ମୃତ୍ଯୁସଂଖ୍ୟା, ଦିନକରେ ୪ ମୃତ

author img

By

Published : Sep 16, 2021, 11:46 AM IST

ରାଜ୍ୟରେ ତଳମୁହାଁ ମୃତ୍ଯୁସଂଖ୍ୟା, ଦିନକରେ ୪ ମୃତ
ରାଜ୍ୟରେ ତଳମୁହାଁ ମୃତ୍ଯୁସଂଖ୍ୟା, ଦିନକରେ ୪ ମୃତ

ଆଜି(ଗୁରୁବାର) ରାଜ୍ୟରେ ଆଉ ୪ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟରେ ଲଗାତାର କିଛିଦିନ ହେବ ମୃତକଙ୍କ ସଂଖ୍ୟା ୧୦ତଳେ ରହିଛି ଯାହା ସାମାନ୍ୟ ଆଶ୍ବସ୍ତି ଦେଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ଗୁରୁବାର) ରାଜ୍ୟରେ ଆଉ ୪ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟରେ ଲଗାତାର କିଛିଦିନ ହେବ ମୃତକଙ୍କ ସଂଖ୍ୟା ୧୦ତଳେ ରହିଛି ଯାହା ସାମାନ୍ୟ ଆଶ୍ବସ୍ତି ଦେଇଛି ।

ଆଜିର ମୃତକଙ୍କ ମଧ୍ୟରେ କଟକରୁ ୨ ଜଣ ଥିବାବେଳେ ଜଗତସିଂହପୁରରୁ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଏହା ସହିତ କଟକରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୮୨୨ରେ ପହଞ୍ଚିଥିବା ବେଳେ ଜଗତସିଂହପୁରରେ ୨୯୫ ଓ ଯାଜପୁରରେ ୧୬୨କୁ ବୃଦ୍ଧି ପାଇଛି । ସେହପରି ରାଜ୍ୟରେ ୨୪ ଘଣ୍ଟାରେ ୫୮୦ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ଜଣ ୧୮ ବର୍ଷରୁ କମ୍ କିଶୋର କିଶୋରୀ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୮ ହଜାର ୨୯୮ ପହଞ୍ଚିଛି ।

ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୦୪ ହଜାର ୧୬୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ୫, ହଜାର ୯୬୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । କିଛି ଦିନ ହେବ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ଯା କମିଲେ ବି ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏ ନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.