ETV Bharat / city

ପାରାଦ୍ବୀପ ପୋର୍ଟ ଲାଞ୍ଚ କାରବାର ମାମଲା, ଭଏସ ଟେଷ୍ଟ ପାଇଁ CBIକୁ ମିଳିଲାନି ଅନୁମତି

author img

By

Published : Aug 27, 2022, 3:02 PM IST

Updated : Aug 27, 2022, 3:51 PM IST

ପାରାଦ୍ବୀପ ପୋର୍ଟ ଲାଞ୍ଚ କାରବାର ମାମଲା, ଭଏସ ଟେଷ୍ଟ ପାଇଁ CBIକୁ ମିଳିଲାନି ଅନୁମତି
ପାରାଦ୍ବୀପ ପୋର୍ଟ ଲାଞ୍ଚ କାରବାର ମାମଲା, ଭଏସ ଟେଷ୍ଟ ପାଇଁ CBIକୁ ମିଳିଲାନି ଅନୁମତି

ପାରାଦ୍ବୀପ ପୋର୍ଟ ଲାଞ୍ଚ କାରବାର ମାମଲା । ସିବିଆଇ (CBI)କୁ ଝଟକା । ଭଏସ ଟେଷ୍ଟ ପାଇଁ CBIକୁ ମିଳିଲାନି ଅନୁମତି । ଅଧିକ ପଢନ୍ତୁ

ଭୁବନେଶ୍ବର: ସିବିଆଇ (CBI)କୁ ଝଟକା । ପାରାଦ୍ଵୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲାରେ ଭଏସ ସାମ୍ପଲ ଟେଷ୍ଟ ପାଇଁ ସିବିଆଇକୁ ମିଳିଲାନି ଅନୁମତି । ଭଏସ ଟେଷ୍ଟ ପାଇଁ ଆଜି କୋର୍ଟରେ ସିବିଆଇ(CBI) ଆବେଦନର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି କୋର୍ଟ । ସିବିଆଇର ୨ ଦିନିଆ ରିମାଣ୍ଡ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ ।

ପାରାଦ୍ବୀପ ପୋର୍ଟ ଲାଞ୍ଚ କାରବାର ମାମଲା, ଭଏସ ଟେଷ୍ଟ ପାଇଁ CBIକୁ ମିଳିଲାନି ଅନୁମତି

ଆବଶ୍ୟକୀୟ ଉପଯୁକ୍ତ ଦସ୍ତାବିଜ ଦାଖଲ ହୋଇନଥିବାରୁ ଏହି ଆବଦେନ ଖାରଜ କରିଛନ୍ତି କୋର୍ଟ । ଦ୍ବିତୀୟ ଥର ପାଇଁ ସିବିଆଇର ଆବେଦନକୁ ଅଗ୍ରାହ୍ୟ କଲେ କୋର୍ଟ । ଚର୍ଚ୍ଚିତଙ୍କ ସହ ୬ ଅଭିଯୁକ୍ତଙ୍କୁ ରିମାଣ୍ଡ ନେବାକୁ ଆବେଦନ କରିଥିଲା ସିବିଆଇ । ଚର୍ଚ୍ଚିତଙ୍କ ଭଏସ ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି ଚାହୁଁଥିଲା ସିବିଆଇ । ତେବେ ଚର୍ଚ୍ଚିତଙ୍କ ଓକିଲଙ୍କ ବୟାନ ଗୃହ ମନ୍ତ୍ରାଳୟର ଅନୁମତି ପତ୍ର ଓ ରିଭ୍ୟୁ କମିଟିର ଅନୁମତି ପତ୍ର ସହ ଏ ସବୁର ଏକ ପ୍ରମାଣ କୋର୍ଟରେ ଦାଖଲ ନ କରିବାରୁ ସିବିଆଇ କୋର୍ଟ ଏହାକୁ ଖାରଜ କରିଛନ୍ତି ।

ଏହା ବି ପଢନ୍ତୁ- ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା, ଭଏସ ଟେଷ୍ଟ ପାଇଁ ଆଜି କୋର୍ଟରେ ଶୁଣାଣି

ପାରାଦ୍ବୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାରରେ ଏଯାଏଁ ମୋଟ ୭ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର, ଓଡ଼ିଶା ଷ୍ଟିଭେଡର ପ୍ରାଇଭେଟ୍ ଲିମିଟେଡର ଡିଜିଏମ ଅପରେସନ ସୂର୍ଯ୍ୟନାରାୟଣ ସାହୁ, କେ.ସି.ଟି ଗୃପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ବିଲଡର ଶିଶିର ଦାସ, ପାରାଦ୍ବୀପ ପୋର୍ଟ ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ଏବଂ ମିଡିଲମ୍ୟାନ ସୁମନ୍ତ ରାଉତ ରହିଛନ୍ତି । ତେବେ ପରବର୍ତ୍ତୀ ସମୟରେ ବିଲଡର ଶିଶିର ଦାସଙ୍କୁ ଜାମିନ ମିଳିଥିଲା ।

ଏହା ବି ପଢନ୍ତୁ- ବେଆଇନ ୨୫ ଲକ୍ଷ ଲାଞ୍ଚ କାରବାର ମାମଲା: ୪ଗିରଫ, ୩ ଜଣଙ୍କୁ ରିମାଣ୍ଡରେ ନେଲା CBI

ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ପୁଣି ଦ୍ବିତୀୟ ଥର ଅଡ଼ିଓ କଲ ଭାଇରାଲକୁ ନେଇ ଆଉ ଥରେ ରିମାଣ୍ଡରେ ନେବାକୁ ସିବିଆଇ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା । ଗତ ଅଗଷ୍ଟ ୪ ତାରିଖରେ ଏହି ଘଟଣା ସାମନାକୁ ଆସିଥିଲା । ଶିଳ୍ପପତି ମହିମା ମିଶ୍ରଙ୍କ ବିଭିନ୍ନ ସ୍ଥାନରେ ଥିବା ଅଫିସ ଓ ବାସଭବନରେ ସିବିଆଇ ରେଡ଼ କରିଥିଲା । ତାଙ୍କର କଟକସ୍ଥିତ OSL(Odisha Stevedores Limited) କାର୍ଯ୍ୟାଳୟ ସମେତ କଟକ ଓଡ଼ିଆ ବଜାରସ୍ଥିତ ବାସଭବନ, ପାରଦ୍ବୀପ ପୋର୍ଟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ମଧ୍ୟ ରେଡ଼ ହୋଇଥିଲା ।

ସୂଚନା ଥାଉ କି, ପାରଦ୍ବୀପ ବନ୍ଦରର ଜଣେ ଅଧିକାରୀ ଓ ଠିକାଦାର ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଛାନଭିନ୍‌ ବେଳେ ଶିଳ୍ପପତି ମହିମା ମିଶ୍ରଙ୍କ ଅଫିସ ଓ ବାସଭବନ ଉପରେ ଚଢ଼ାଉ କରିଥିଲା CBI । ଏତେଗୁଡ଼ାଏ ଟଙ୍କା ଲାଞ୍ଚ ପଛର କାରଣ ଖୋଜୁଛି CBI ଟିମ୍‌ । ଏହି ଲାଞ୍ଚ କାରବାରରେ କେହି ଜଣେ ମଧ୍ୟସ୍ଥି ରହିଥିବା ସନ୍ଦେହ କରୁଛି ତଦନ୍ତକାରୀ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 27, 2022, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.