ETV Bharat / city

BMC Election; ସୁର କହିଲେ ଏଥର BMC ଆମର

author img

By

Published : Nov 15, 2021, 9:32 PM IST

Congress MLA Suresh RautRoy
Congress MLA Suresh RautRoy

ଆସନ୍ତାବର୍ଷ ପୌର ନିର୍ବାଚନ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୱାର୍ଡ ପୁନର୍ଗଠନ କାର୍ଯ୍ୟ ଜାରି ରହିଥିବା ବେଳେ ସଂରକ୍ଷଣ ସୀମା ନିର୍ଦ୍ଧାରଣ ସରିଛି ।

ଭୁବନେଶ୍ବର: ଆସନ୍ତାବର୍ଷ ପୌର ନିର୍ବାଚନ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୱାର୍ଡ ପୁନର୍ଗଠନ କାର୍ଯ୍ୟ ଜାରି ରହିଥିବା ବେଳେ ସଂରକ୍ଷଣ ସୀମା ନିର୍ଦ୍ଧାରଣ ସରିଛି । କେଉଁ ବର୍ଗଙ୍କ ପାଇଁ କେଉଁ ୱାର୍ଡ ସଂରକ୍ଷିତ ହେବ ତାହା ଚୂଡାନ୍ତ ହୋଇସାରିଛି।

ଏହାବାଦ ଏଥର ଭୁବନେଶ୍ବରରେ ପଛୁଆ ବର୍ଗ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ କଳ୍ପନାଜଳ୍ପନା ଜାରି ରହିଛି । କାରଣ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପୂର୍ବରୁ 67 ଟି ୱାର୍ଡ ଥିଲା । ଏବେ ଏହାକୁ ଆହୁରି ବଢାଯାଇ 6ଟି ମୌଜାକୁ 9 ଟି ୱାର୍ଡରେ ସାମିଲ କରାଯାଇଛି । ଚଳିତ ବର୍ଷ 50 ପ୍ରତିଶତ ମଧ୍ୟରେ ସରଣକ୍ଷଣ ସୀମା ନିର୍ଦ୍ଧାରଣ କରାଯାଇଛି।

BMC Elections; ସୁର କହିଲେ ଏଥର ବିଏମସି ଆମର

ଅନ୍ୟପଟେ ବିଏମସି ନିର୍ବାଚନକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏଥର ନିର୍ବାଚନ ହେଲେ ବିଏମି ଆମେ ଦଖଲ କରିବୁ । ସରକାର ଯାହା କରିବା କଥା କରନ୍ତୁ । କିନ୍ତୁ ଆମେ ବିଏମସି ଦଖଲ କରିବୁ । କାରଣ ଭୁବନେଶ୍ବରର ଯାହା ବିକାଶ ହୋଇଛି ସବୁ ଜାନକୀ ବଲ୍ଲଭ ସରକାରଙ୍କ ସମୟରେ ହୋଇଛି । ଲୋକେ ଜାଣିଛନ୍ତି କଂଗ୍ରେସ ଆସିଲେ ବିକାଶ ହେବ ।

ତେଣୁ ନିର୍ବାଚନ ହେଲେ କଂଗ୍ରେସ ଜିତିବ । ଭୁବନେଶ୍ବରର ବିକାଶ କରିବ । ଆମେ ପୁରା କାମରେ ଲାଗିପଡିଛୁ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.