ETV Bharat / city

କଂଗ୍ରେସର ପ୍ରଥମ ଶତ୍ରୁ ବିଜେପି ଓ ଦ୍ୱିତୀୟରେ ବିଜେଡି: ସୁର ରାଉତରାୟ

author img

By

Published : Jan 3, 2022, 9:08 PM IST

ବିଜେଡି ବିଜେପି କଂଗ୍ରେସର ଶତ୍ରୁ :ସୁର
ବିଜେଡି ବିଜେପି କଂଗ୍ରେସର ଶତ୍ରୁ :ସୁର

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସହ ବିଜେପିର ଗଠବନ୍ଧନ କରିବା ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁର ରାଉତ ରାୟ । ଅଧିକ ପଢନ୍ତୁ

ଭୁବନେଶ୍ବର : ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ସରଗରମ ରହିଛି ରାଜନୀତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସହ ବିଜେପିର ଗଠବନ୍ଧନ କରିବା ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁର ରାଉତରାୟ । ସାରା ଦେଶରେ କଂଗ୍ରେସ ମୁକ୍ତ ଭାରତର ସ୍ଲୋଗାନ ଦେଇ ମୋଦି ସରକାର କ୍ଷମତାକୁ ଆସିଥିଲା।

ବିଜେଡି ବିଜେପି କଂଗ୍ରେସର ଶତ୍ରୁ :ସୁର

ହେଲେ ଏବେ କଂଗ୍ରେସ ସହ ବିଜେପିର ମିଳିମିଶି ଲଢେଇ କଥା କଂଗ୍ରେସ ସହଜରେ ଗ୍ରହଣ କରିପାରିନି । କଂଗ୍ରେସ ନେତା ସୁର ରାଉତରାୟ ଏହାକୁ ଖଣ୍ଡନ କରିଛନ୍ତି। ସୁରଙ୍କ ଯୁକ୍ତି କଂଗ୍ରେସର ପ୍ରଥମ ଶତ୍ରୁ ହେଉଛି ବିଜେପି ଏବଂ ଦ୍ୱିତୀୟ ଶତ୍ରୁ ହେଉଛି ବିଜେଡି। କଂଗ୍ରେସ କେବେ ବି କୌଣସି ପରିସ୍ଥିତିରେ ଏହାକୁ ଗ୍ରହଣ କରିବ ନାହିଁ । ଆବଶ୍ୟକ ପଡ଼ିଲେ ନିରଞ୍ଜନଙ୍କ ସହ ଦଳର ହାଇକମାଣ୍ଡଙ୍କୁ ଅବଗତ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.