ETV Bharat / city

Poll Result: BJDର ବମ୍ପର ବିଜୟ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

author img

By

Published : Mar 1, 2022, 2:01 PM IST

Updated : Mar 1, 2022, 4:43 PM IST

ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଛି ଇତିହାସ ରଚିଛି ଶାସକ ଦଳ । ଏହି ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ଟ୍ବିଟ କରି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

Panchayat Result: ବିଜେଡ଼ିର ବିପୁଳ ବିଜୟ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ
Panchayat Result: ବିଜେଡ଼ିର ବିପୁଳ ବିଜୟ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଇତିହାସ ରଚିଛି ବିଜେଡି । ବିପୁଳ ଭୋଟରେ ବିଜୟୀ ହୋଇଛି ଶାସକ ଦଳ । ଫଳାଫଳ ଆସିବା ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିବା ସହିତ ସମସ୍ତ ଦଳୀୟ ବିଜୟୀ ପ୍ରାର୍ଥୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

  • ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା। pic.twitter.com/HeGS9I7Er5

    — Naveen Patnaik (@Naveen_Odisha) March 1, 2022 " class="align-text-top noRightClick twitterSection" data=" ">

ପ୍ରଥମ ପର୍ଯ୍ୟାୟ ଗଣତିରେ ବିଜେଡି ଆଗରେ ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତିରେ ବିଜେଡି ମଧ୍ୟ ଆଗରେ ରହିଥିଲା । ସେହିପରି ତୃତୀୟ ଦିନ ଗଣତିରେ ବିଜେଡି ମଧ୍ୟ ଟ୍ରେଣ୍ଡିଂରେ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୮୫୧ ଜୋନ୍‌ ମଧ୍ୟରୁ ୭୬୫ଟି ଜୋନରେ ବିଜେଡି ବିଜୟୀ ହୋଇଛି । ସେପଟେ ଧରାଶାୟୀ ହୋଇଛି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ମାତ୍ର ୪୨ ଆସନ ହାତେଇଥିବା ବେଳେ କଂଗ୍ରେସ ଜିତିଛି ୩୭ଟି ଆସନ ।

ବିଜେଡ଼ିର ବିପୁଳ ବିଜୟ ପରେ ନବୀନ ଟ୍ବିଟ କରି ରାଜ୍ୟବାସୀଙ୍କ ବିପୁଳ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ବିଜୟ ଦଳକୁ ଜନମତ ସେବାକୁ ଆହୁରି ଦୃଢୀଭୂତ କରିଛି ବୋଲି ସେ କହିଛନ୍ତି । ଏହାସହ ସେ ମଙ୍ଗଳବାର ଟ୍ବିଟ କରି ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 1, 2022, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.