ETV Bharat / city

Junior Hockey WC: ବିଜୟୀ ଭାରତକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Dec 1, 2021, 10:51 PM IST

Junior Hockey WC: ବିଜୟୀ ଭାରତକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Junior Hockey WC: ବିଜୟୀ ଭାରତକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଜୁନିଅର ବିଶ୍ବକପ୍‌ ହକି କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ବେଲଜିୟମକୁ ୧-୦ ଗୋଲ୍‌ରେ ପରାଜିତ କରିଛି ଟିମ୍‌ ଇଣ୍ଡିଆ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଭାରତୀୟ ଦଳକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଜୁନିଅର ବିଶ୍ବକପ୍‌ ହକି କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ବେଲଜିୟମକୁ ୧-୦ ଗୋଲ୍‌ରେ ପରାଜିତ କରିଛି ଟିମ୍‌ ଇଣ୍ଡିଆ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଭାରତୀୟ ଦଳକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଡିସେମ୍ବର ୩ ତାରିଖରେ ସେମିଫାଇନାଲ୍‌ ମ୍ୟାଚ୍‌ରେ ଭାରତ ଜର୍ମାନୀକୁ ଭେଟିବ । ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲା ଭାରତୀୟ ଦଳ । ଫଳରେ ବେଲଜିୟମ ଦଳକୁ ମାତ୍‌ ଦେବାରେ ସକ୍ଷମ ହୋଇଛି ଭାରତୀୟ ଦଳ ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, "ଜୁନିଅର ବିଶ୍ବକପ୍‌ ହକି ୨୦୨୧ରେ ସେମିଫାଇନାଲ ବର୍ଥ ପକ୍କା କରିଥିବାରୁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଛି । କଡ଼ା ସଂଘର୍ଶ କରି ଭାରତ କଳିଙ୍ଗ ଷ୍ଟାଡିୟମରେ ଜାରି ରହିଥିବା ଏହି ମ୍ୟାଚ୍‌ରେ ବେଲଜିୟମକୁ ୧-୦ରେ ପରାଜିତ କରିଛି । ଆଗାମୀ ମ୍ୟାଚ୍‌ ପାଇଁ ଭାରତ ପାଇଁ ଶୁଭକାମନା ଜଣାଉଛି ।"

ଏହା ବି ପଢ଼ନ୍ତୁ Junior Hockey WC: ଅଲମ୍ପିକ୍ ବଦଲା ନେଲା ଭାରତ, କ୍ବାର୍ଟରରେ କଟିଲା ବେଲ୍‌ଜିୟମ

ମ୍ୟାଚ ଆରମ୍ଭରୁ ବେଲ୍‌ଜିୟମ ରକ୍ଷଣଶୀଳ ଖେଳ ପ୍ରଦର୍ଶନ କରିଥିଲା । ଅନ୍ୟପକ୍ଷରେ ଭାରତୀୟ ଖେଳାଳିମାନେ ରଣନୀତି ସହ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲେ । ଫଳ ସ୍ବରୂପ ଦ୍ବିତୀୟ କ୍ବାର୍ଟରରେ ଭାରତ ଏକ ଗୋଲ୍‌ ସ୍କୋର୍‌ କରିବାରେ ସକ୍ଷମ ହୋଇଥିଲା । ଏହାପରେ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା ।

ମ୍ୟାଚ୍‌ର ପ୍ରଥାମର୍ଦ୍ଧ ସୁଦ୍ଧା ଭାରତ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା । ତେବେ ଏହାପରେ ବେଲଜିୟମ ଦଳକୁ କେତେକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ତେବେ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ରହିଥିଲା ବେଲଜିୟମ । ସମସ୍ତ ପେନାଲ୍ଟି କର୍ଣ୍ଣର ସୁଟଆଉଟ ସାମ୍ନାରେ ପାହାଡ଼ ଭଳି ଛିଡ଼ା ହୋଇଥିଲେ ଭାରତୀୟ ଗୋଲକିପର ପବନ । ଦମଦାର ପ୍ରଦର୍ଶନ ପାଇଁ ମ୍ୟାଚରେ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି ମିଡ ଫିଲ୍‌ଡର ବିଷ୍ଣୁକାନ୍ତ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.