ETV Bharat / city

Junior Hockey WC: ଅଲମ୍ପିକ୍ ବଦଲା ନେଲା ଭାରତ, କ୍ବାର୍ଟରରେ କଟିଲା ବେଲ୍‌ଜିୟମ

author img

By

Published : Dec 1, 2021, 9:17 PM IST

Updated : Dec 1, 2021, 10:25 PM IST

ଜୁନିଅର ବିଶ୍ବକପ୍‌ ହକିର ସେମିଫାନାଲରେ ପହଞ୍ଚିଲା ଭାରତ । ଆଜି ଖେଳାଯାଇଥିବା ଚତୁର୍ଥ ସେମିଫାଇନାଲ ମ୍ୟାଚରେ ବେଲଜିୟମକୁ ୧-୦ରେ ପରାଜିତ କରିଛି ଭାରତ । ଅଧିକ ପଢ଼ନ୍ତୁ

Junior Hockey WC: ଅଲମ୍ପିକ୍‌ର ବଦଲା ନେଲା ଭାରତ, ବେଲ୍‌ଜିୟମ ୧-୦ରେ ପରାଜିତ
Junior Hockey WC: ଅଲମ୍ପିକ୍‌ର ବଦଲା ନେଲା ଭାରତ, ବେଲ୍‌ଜିୟମ ୧-୦ରେ ପରାଜିତ

ଭୁବନେଶ୍ବର: ଜୁନିଅର ବିଶ୍ବକପ୍‌ ହକିର ସେମିଫାନାଲରେ ପହଞ୍ଚିଲା ଭାରତ । ଆଜି ଖେଳାଯାଇଥିବା ଚତୁର୍ଥ ସେମିଫାଇନାଲ ମ୍ୟାଚରେ ବେଲଜିୟମକୁ ୧-୦ରେ ପରାଜିତ କରିଛି ଭାରତ । ଆସନ୍ତା ଶୁକ୍ରବାର ସେମିଫାଇନାଲ୍‌ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ ଭାରତ । ଭାରତ ପକ୍ଷରୁ ଏକମାତ୍ର ଗୋଲ୍‌ ଶାରଦାନନ୍ଦ ତିୱାରୀ ଦେଇଥିଲେ ।

ମ୍ୟାଚ ଆରମ୍ଭରୁ ବେଲ୍‌ଜିୟମ ରକ୍ଷଣଶୀଳ ଖେଳ ପ୍ରଦର୍ଶନ କରିଥିଲା । ଅନ୍ୟପକ୍ଷରେ ଭାରତୀୟ ଖେଳାଳିମାନେ ରଣନୀତି ସହ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲେ । ଫଳ ସ୍ବରୂପ ଦ୍ବିତୀୟ କ୍ବାର୍ଟରରେ ଭାରତ ଏକ ଗୋଲ୍‌ ସ୍କୋର୍‌ କରିବାରେ ସକ୍ଷମ ହୋଇଥିଲା । ଏହାପରେ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା ।

ମ୍ୟାଚ୍‌ର ପ୍ରଥାମର୍ଦ୍ଧ ସୁଦ୍ଧା ଭାରତ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା । ତେବେ ଏହାପରେ ବେଲଜିୟମ ଦଳକୁ କେତେକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ତେବେ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ରହିଥିଲା ବେଲଜିୟମ । ସମସ୍ତ ପେନାଲ୍ଟି କର୍ଣ୍ଣର ସୁଟଆଉଟ ସାମ୍ନାରେ ପାହାଡ଼ ଭଳି ଛିଡ଼ା ହୋଇଥିଲେ ଭାରତୀୟ ଗୋଲକିପର ପବନ ।

ଆଜିର ମ୍ୟାଚରେ ମିଡ ଫିଲ୍‌ଡର ବିଷ୍ଣୁକାନ୍ତ ସିଂହ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲେ । ଏଥିପାଇଁ ତାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 1, 2021, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.