ETV Bharat / city

ଶ୍ରୀଲିଙ୍ଗରାଜ ମନ୍ଦିରରେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ସୁସ୍ଥ ଅଛି

author img

By

Published : Feb 18, 2022, 6:15 PM IST

Updated : Feb 18, 2022, 7:05 PM IST

CM Naveen Patnaik
CM Naveen Patnaik

ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ବାବାଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣର ମଧ୍ୟ କରିବେ ସମୀକ୍ଷା । ଅଧିକ ପଢନ୍ତୁ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ବାବାଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଲିଙ୍ଗରାଜ ମନ୍ଦିର ଚତୁରପାର୍ଶ୍ବରେ ପରିକ୍ରମା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ସୁସ୍ଥ ଅଛି

ତେବେ ପୂଜା ସାରି ନବୀନ ବାହାରକୁ ଆସି ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ । ଗଣମାଧ୍ୟମ ତାଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଶ୍ନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ସିଧା ସଳଖ ଏହା ଏକ ମିଛ ଅପପ୍ରଚାର । ନିର୍ବାଚନ ଆସିଲେ ବିରୋଧୀ ଏହଳି ଅପପ୍ରଚାର କରିଥାନ୍ତି । ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଓ ଫିଟ ରହିଛି ବୋଲି ନବୀନ କହିଛନ୍ତ । ଏହାସହ ଯେବେ ନିର୍ବାଚନ ଆସେ ସେତେବେଳେ ଏମିତି ଗୁଜବ ସୃଷ୍ଟି ହୁଏ । ଆଉ ନିର୍ବାଚନରେ ବିଜେଡି ଭଲ କରେ ବୋଲି ନବୀନ କହିଛନ୍ତି । ଏହାସହ ନିର୍ବାଚନ ଆଚରଣ ଆଦର୍ଶ ବିଦ୍ଧି ଲାଗିଥିବାରୁ ଅଧିକ କିଛି କହିବାକୁ ମନା କରିଥିଲେ ନବୀନ ।

ସେହିପରି ରାଜ୍ୟବାସୀଙ୍କୁ କୋଭିଡ କଟକଣା ମାନିବାକୁ ଓ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଗସ୍ତବେଳେ ତାଙ୍କ ସହ 5T ସଚିବ, ପୋଲିସ କମିଶନର, ବିଏମସି କମିଶନର ଭୁବନେଶ୍ବର ଡିସିପି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Feb 18, 2022, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.