ETV Bharat / city

ଦଶନ୍ଧି ପରେ 10 ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

author img

By

Published : Jun 6, 2022, 12:35 PM IST

ଦଶନ୍ଧି ପରେ 10 ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଦଶନ୍ଧି ପରେ 10 ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀ ଓ ଦୁବାଇ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦୀର୍ଘ ଦଶନ୍ଧି ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀ ଓ ଦୁବାଇ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦୀର୍ଘ ଦଶନ୍ଧି ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ଉଭୟ ଦେଶରେ ଏକାଧିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଦ୍ବିପାକ୍ଷିକ ଆଲୋଚନା କରିବେ ।

ଆସନ୍ତା 20 ତାରିଖରୁ 10 ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଇଟାଲୀର ରୋମ ଓ ପରେ ଦୁବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମର ଆୟୋଜନ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ନବୀନ । ବିଭିନ୍ନ ଶିଳ୍ପ ଅନୁଷ୍ଠାନର ମୁଖ୍ୟଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଲାଗି ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିବେ ନବୀନ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ରାଜ୍ୟର କିଛି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଯିବେ । ଦୀର୍ଘ 10 ବର୍ଷ ପରେ ଅନ୍ତର୍ଜାତୀୟ ବିମାନରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ।

ଶେଷଥର ପାଇଁ 2012 ମଇ ମାସରେ ସେ ଲଣ୍ଡନ ଗସ୍ତ କରିଥିଲେ । ମାତ୍ର ନବୀନଙ୍କର ଏହି ଗସ୍ତ ଅଧାରେ ରହିଯାଇଥିଲା । ବିଜେଡିରେ ବିଦ୍ରୋହ ଯୋଗୁଁ ଗସ୍ତ ଅଧାରୁ ନବୀନଙ୍କୁ ଫେରିବାକୁ ପଡିଥିଲା । ସେ ସମୟରେ ଦଳର ଅନ୍ୟତମ କ୍ଷମତା କେନ୍ଦ୍ର ପ୍ୟାରିମୋହନ ମହାପାତ୍ରଙ୍କ ମଇ 29 ମିଡନାଇଟ ଅପରେସନର ସୂଚନା ପାଇ ନବୀନ ରାତାରାତି ଓଡିଶା ଫେରିଥିଲେ । ମୁଖ୍ୟମନ୍ତ୍ରୀ ହେବାକୁ ପ୍ୟାରୀ ନବୀନଙ୍କ ବିରୁଦ୍ଧରେ ଏକ ବଡ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ନବୀନ ପଣ୍ଡ କରିଥିବା କୁହାଯାଏ । ସେ ଗସ୍ତକୁ ଦଶନ୍ଧି ବିତିଗଲାଣି । ନବୀନ ଗତ ଦଶ ବର୍ଷ ମଧ୍ୟରେ ଅପ୍ରତିଦ୍ବନ୍ଦୀ ମନେ ହେଲେଣି । ଦଳୀୟ ନେତା କଣ ବିରୋଧୀ ଦଳ ବି ବିରୋଧ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଏହି ସମୟରେ ନବୀନଙ୍କ ବିଦେଶ ଗସ୍ତ ଅନେକ ଚର୍ଚ୍ଚା ସୃଷ୍ଟି କରୁଛି । ଦୀର୍ଘ 25 ବର୍ଷ ଭିତରେ ଏହା ନବୀନଙ୍କ ଦ୍ବିତୀୟ ବିଦେଶ ଗସ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.