ETV Bharat / city

ମୁଖ୍ୟ ଶାସନ ସଚିବଙ୍କ ନନ୍ଦନକାନନ ପରିଦର୍ଶନ, ବିଭିନ୍ନ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

author img

By

Published : Feb 12, 2021, 6:26 PM IST

Chief Secretary suresh chandra mohapatra visit to Nandankanan
ମୁଖ୍ୟ ଶାସନ ସଚିବଙ୍କ ନନ୍ଦନକାନନ ପରିଦର୍ଶନ, ବିଭିନ୍ନ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

ଖୁବଶୀଘ୍ର ଶେଷ ହେବ ନନ୍ଦନକାନନ ନିକଟରେ ନିର୍ମାଣଧିନ ବହୁତଳ ଗାଡ଼ି ପାର୍କିଂ ଅଟାଳିକା। ଦୁଇ ମାସ ମଧ୍ୟରେ ଏହି କାର୍ଯ୍ୟ ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ଖୁବଶୀଘ୍ର ଶେଷ ହେବ ନନ୍ଦନକାନନ ନିକଟରେ ନିର୍ମାଣଧିନ ବହୁତଳ ଗାଡ଼ି ପାର୍କିଂ ଅଟାଳିକା। ଦୁଇ ମାସ ମଧ୍ୟରେ ଏହି କାର୍ଯ୍ୟ ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ଏହି ପାର୍କିଂ ସ୍ଥଳୀରେ 15 ଶହଟି ଚାରି ଚକିଆ ଓ 6ଶହଟି ଦୁଇ ଚକିଆ ଯାନ ରହିପାରିବ। ନନ୍ଦନକାନନରେ ପର୍ଯ୍ୟଟଙ୍କ ପାଇଁ ଥିବା ସୁବିଧା ସୁଯୋଗକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଆଜି(ଶୁକ୍ରବାର) ନନ୍ଦନକାନନ କ୍ଷେତ୍ର ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ।

ଏହି ଅବସସରେ ଚୁଡ଼ଙ୍ଗଗଡ଼ ଜଙ୍ଗଲ ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର। ଏହାଛଡ଼ା ନନ୍ଦନକାନନ ସମ୍ମୁଖରେ ଥିବା ବସଷ୍ଟାଣ୍ଡର ପୁନଃବିକାଶ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନନ୍ଦନାକାନନରେ ପିଲାମାନଙ୍କ ଟଏ-ଟ୍ରେନ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରାଯିବ। ମାର୍ଚ୍ଚ ମାସ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖାଲି ସେତିକି ନୁହେଁ, ଜଙ୍ଗଲ ଜମି ଓ ବଣ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପ୍ରାଣୀ ଉଦ୍ୟାନର ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ଜଙ୍ଗଲ ସଫାରୀ ଭଳି ଏହି ଅଞ୍ଚଳର ବିକାଶ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିଭଳି ନନ୍ଦନକାନନର ବଟାନିକାଲ ଗାର୍ଡେନକୁ ଜୟଦେବ ବିହାର ସହ ସଂଲଗ୍ନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ସମସ୍ତ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ଉପରେ ସେ ଗୁୁରୁତ୍ବ ଦେଇଛନ୍ତି।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.