ETV Bharat / city

ଲାଞ୍ଚ କାରବାର ମାମଲା: ଜେଲ ଗଲେ ଚର୍ଚ୍ଚିତ

author img

By

Published : Aug 10, 2022, 9:07 PM IST

Updated : Aug 10, 2022, 9:36 PM IST

charchit mishra bail plea rejected by cbi court
ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ, ଝାରପଡ଼ା ଜେଲ ଯିବେ

ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲାରେ ଜେଲ ଗଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଖାରଜ ହେଲା ଚର୍ଚ୍ଚିତ ମିଶ୍ରଙ୍କ ଜାମିନ । ଜେଲ ଗଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ। ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲାରେ ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ ହେଲା ପରେ ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି । କେସିଟି ଗୃପର ମ୍ୟାନେଜର ଦେବପ୍ରିୟ ମହାନ୍ତିଙ୍କର ମଧ୍ୟ ଜାମିନ ଖାରଜ ହୋଇଥିବା ବେଳେ ବିଲଡର ଶିଶିର ଦାସଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ସ୍ବତନ୍ତ୍ର ସିବିଆଇ କୋର୍ଟରେ ହୋଇଥିବା ଜାମିନ ଉପରେ କୋର୍ଟ ରାୟ ଦେଇଛନ୍ତି । ଗିରଫ ୭ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ଝାରପଡା ଜେଲର ବିଚାର ବିଭାଗୀୟ ହାଜତକୁ ନିଆଯିବ ।

ଜେଲ ଗଲେ ଚର୍ଚ୍ଚିତ

ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲାରେ ଦ୍ବିତୀୟଥର ପାଇଁ ସିବିଆଇ ରିମାଣ୍ଡ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଏପରିକି ଭଏସ ଟେଷ୍ଟ ପାଇଁ ସିବିଆଇ କରିଥିବା ଆବେଦନ ମଧ୍ୟ ଖାରଜ ହୋଇଛି । ଅନ୍ୟପଟେ ଜାମିନ ଖାରଜ ଯୋଗୁଁ ଚର୍ଚ୍ଚିତ ମିଶ୍ରଙ୍କ ସହ ମୋଟ ୬ ଅଭିଯୁକ୍ତ ଝାରପଡ଼ା ଜେଲର ଜୁଡିସିଆଲ କଷ୍ଟଡିକୁ ନିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ହାଇକୋର୍ଟରେ ଚର୍ଚ୍ଚିତଙ୍କ ଜାମିନ ପାଇଁ ଆବେଦନ କରାଯିବ ବୋଲି ଚର୍ଚ୍ଚିତଙ୍କ ଓକିଲ ଜୟଦୀପ ପାଲ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, "ଆଜି ସିବିଆଇ ପକ୍ଷରୁ କୋର୍ଟରେ ଚର୍ଚ୍ଚିତ ମିଶ୍ରଙ୍କ ଭଏସ୍ ସାମ୍ପୁଲ ନେବା ଏବଂ ଅଧିକ ତଦନ୍ତ ନିମନ୍ତେ ଆଉ ୯ଦିନ ରିମାଣ୍ଡରେ ନେବାକୁ ଦୁଇଟି ପିଟିସନ ଦାଖଲ ହୋଇଥିଲା । ଦୁଇଟି ଯାକ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ଆଜି ୩ଜଣଙ୍କ ବେଲ ପାଇଁ କୋର୍ଟରେ ଆବେଦନ ହୋଇଥିଲା । ଦୁଇ ଜଣ ଚର୍ଚ୍ଚିତ ମିଶ୍ର ଏବଂ ଦେବପ୍ରିୟ ମହାନ୍ତିଙ୍କର ଜାମିନ ଆବେଦନକୁ କୋର୍ଟ ରିଜେକ୍ଟ କରିଛନ୍ତି । କୋର୍ଟ ଅର୍ଡର ଦେଖିବା ପରେ ଏହା ଜଣାପଡ଼ିବ ଏବଂ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 10, 2022, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.