ETV Bharat / city

Cyclonic Jawad: କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ

author img

By

Published : Dec 10, 2021, 8:08 PM IST

Updated : Dec 11, 2021, 7:18 AM IST

ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ । ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟା ଜୱାଦ ପ୍ରଭାବରେ କ୍ଷୟକ୍ଷତି ଅଞ୍ଚଳ ଗସ୍ତ କରିବ କେନ୍ଦ୍ରୀୟ ଟିମ । ଅଧିକ ପଢନ୍ତୁ

Central team to visit  Odisha
ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ

ଭୁବନେଶ୍ବର: ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ । ଏନେଇ ସୂଚନା ଦିଆଯାଇଛି । ଆଜିଠୁ ଅର୍ଥାତ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟା ଜୱାଦ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଗସ୍ତ କରିବ କେନ୍ଦ୍ରୀୟ ଟିମ।

ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଅମଳ ହେବା ଥିବା ଧାନ ସହ ବିଭିନ୍ନ ପନିପରିବା ଚାଷ ବ୍ୟାପକ କ୍ଷତି ହୋଇଛି । ଫଳରେ ଚାଷୀ ଏବେ ଚିନ୍ତାରେ ।

ଏଭଳି ସ୍ଥିତିରେ ଚାଷୀଙ୍କ ଧାନକୁ ଉପଯୁକ୍ତ ଆକଳନ କରି କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ବାତ୍ୟା ଜୱାଦରେ ଅଧିକ ପରିମାଣରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ପରିଦର୍ଶନ କରିବ କେନ୍ଦ୍ରୀୟ ଟିମ । ତେବେ କେନ୍ଦ୍ରୀୟ ଟିମ ଆସିବା ପୂର୍ବରୁ ବାତ୍ୟା ପ୍ରଭାବିତ ଜିଲ୍ଲାସ୍ତରୀୟ ରିପୋର୍ଟ ପ୍ରଦାନ କରୁଛନ୍ତି ଜିଲ୍ଲା ପ୍ରଶାସନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated :Dec 11, 2021, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.