ETV Bharat / city

BMC Election: 12 ମେୟର 360 କର୍ପୋରେଟର ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ

author img

By

Published : Mar 8, 2022, 12:55 PM IST

ମୋଟ 12 ମେୟର 360 କର୍ପୋରେଟର ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ
ମୋଟ 12 ମେୟର 360 କର୍ପୋରେଟର ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ସୁଦ୍ଧା ମୋଟ ୧୨ ଜଣ ମେୟର ଓ ୩୬୦ ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଶେଷ ଦିନରେ ଭୁବନେଶ୍ବର ମହାନଗର ନିର୍ବାଚନ ପାଇଁ ଆଜି(ସୋମବାର) ଶେଷ ଦିନରେ ୭ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ସୁଦ୍ଧା ମୋଟ ୧୨ ଜଣ ମେୟର ଓ ୩୬୦ ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଶେଷ ଦିନରେ ଭୁବନେଶ୍ବର ମହାନଗର ନିର୍ବାଚନ ପାଇଁ ଆଜି(ସୋମବାର) ଶେଷ ଦିନରେ ୭ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଗତକାଲି ସୁଦ୍ଧା ୫ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜିକୁ ମିଶାଇ ମୋଟ ୧୨ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । କର୍ପୋରେଟର ପଦବୀ ପାଇଁ ଆଜି ଶେଷ ଦିନରେ ୨୩୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଗତକାଲି ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିଥିବା ୧୩୦ ଜଣ କର୍ପୋରେଟର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୩୬୦ ଜଣ ପ୍ରାର୍ଥୀ ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ନାମାଙ୍କନପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟରେ ନାମାଙ୍କନପତ୍ର ଦାଖଲ ପାଇଁ ପ୍ରାର୍ଥୀ ଏବଂ ସେମାନଙ୍କର ପ୍ରସ୍ତାବକଙ୍କ ସହ ଆସି ଭିଡ ଜମାଇଥିଲେ । ତେବେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ସୁଦ୍ଧା ଯେଉଁ ପ୍ରାର୍ଥୀମାନେ ନାମଙ୍କନ କେନ୍ଦ୍ର ଭିତରକୁ ଆସି ସାରିଥିଲେ ସେମାନଙ୍କର ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା ।

ଭୁବନେଶ୍ବର ମହାନଗର ନିଗମର ୬୭ ଟି ୱାର୍ଡ ପାଇଁ ନାମାଙ୍କନ କେନ୍ଦ୍ରରେ ୧୧ ଟି କାଉଣ୍ଟରରେ ପ୍ରାର୍ଥୀମାନେ ଦାୟିତ୍ବରେ ଥିବା ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ଠାରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କଠାରେ ମେୟର ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ ନାମାଙ୍କନ କେନ୍ଦ୍ର ପରିଦର୍ଶନ କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.