ETV Bharat / city

ଚିଲିକା ବିଧାୟକଙ୍କ ଗାଡ଼ି ଚଢ଼ାଇବା ଘଟଣା: ମୁହଁରେ କଳାପଟି ବାନ୍ଧି ବିଜେପିର ସତ୍ୟାଗ୍ରହ

author img

By

Published : Mar 14, 2022, 2:05 PM IST

Updated : Mar 14, 2022, 4:49 PM IST

bjp satyagraha in bhubaneswar
ରାଜଧାନୀରେ ମୁହଁରେ କଳାପଟି ବାନ୍ଧି ବିଜେପିର ସତ୍ୟାଗ୍ରହ

ବାଣପୁରରେ ଭିଡ଼ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ଚଢ଼ାଇବା ଘଟଣା ନେଇ ବିରୋଧୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ ବିଜେପି କର୍ମୀ ରାଜଧାନୀରେ ସତ୍ୟାଗ୍ରହରେ ବସିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବାଣପୁରରେ ଭିଡ଼ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ଚଢ଼ାଇବା ଘଟଣା ନେଇ ବିରୋଧୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ ବିଜେପି କର୍ମୀ ରାଜଧାନୀରେ ସତ୍ୟାଗ୍ରହରେ ବସିଛନ୍ତି । ପୀଡ଼ିତଙ୍କୁ ନ୍ୟାୟ ମିଳିବା ଯାାଏଁ ବିଜେପିର ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ଫ୍ରାଷ୍ଟଟ୍ରାକ କୋର୍ଟ ମାମଲାର ଶୁଣାଣି କରିବାକୁ ଦାବି କରିଛି ବିଜେପି ।

ବାଣପୁର ବିଧାୟକଙ୍କ ଗାଡ଼ି ଚଢ଼ାଇବା ଘଟଣା: ମୁହଁରେ କଳାପଟି ବାନ୍ଧି ବିଜେପିର ସତ୍ୟାଗ୍ରହ

ବାଣପୁରରେ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଉତ୍ତ୍ୟକ୍ତ ହୋଇ ଗାଡ଼ି ଚଢ଼ାଇ ଦେଇଥିଲେ । ଏଥିରେ ପ୍ରାୟ ୨୫ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଯେଉଁଥିରେ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ମଧ୍ୟ ସାମିଲ ଥିଲେ । ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ପହଞ୍ଚିଥିଲେ ବିଧାୟକ ।

ଲୋକେ ତାଙ୍କୁ ବିରୋଧ କରିବା ପରେ ସେ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ କରିଥିଲେ । ଏନେଇ ସାରା ରାଜ୍ୟରେ ବିରୋଧୀ ଦଳଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ବିଜେପି କର୍ମୀ ଭୁବନେଶ୍ବରର ADM ଅଫିସ ସମ୍ମୁଖରେ ସତ୍ୟାଗ୍ରହରେ ବସିଛନ୍ତି । ମୁହଁରେ କଳା ପଟି ବାନ୍ଧି ସତ୍ୟାଗ୍ରହ ପ୍ରତିବାଦ କରାଯାଇଛି । ଫ୍ରାଷ୍ଟଟ୍ରାକ କୋର୍ଟ ମାଧ୍ୟମରେ ଏହାର ବିଚାର କରି ତୁରନ୍ତ ଦୋଷୀକୁ କଡ଼ା ଦଣ୍ଡ ଦେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Mar 14, 2022, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.