ETV Bharat / city

Mamita Meher: ବିତିଲାଣି ୪ ମାସ, ନ୍ୟାୟ ଦାବିରେ ନବୀନ ନିବାସ ଘେରିଲା BJP

author img

By

Published : Feb 8, 2022, 12:57 PM IST

Updated : Feb 8, 2022, 1:10 PM IST

ମମିତା ମେହେର ହତ୍ୟାକାଣ୍ଡ । ୪ ମାସ ପରେ କାର୍ଯ୍ୟାନୁଷ୍ଠାନ ଶୂନ ପ୍ରତିବାଦରେ ନବୀନ ନିବାସ ଘେରାଉ କଲା ବିଜେପି । ଅଧିକ ପଢନ୍ତୁ

Mamita Meher: ବିତିଲାଣି ୪ ମାସ, ନ୍ୟାୟ ଦାବିରେ ନବୀନ ନିବାସ ଘେରାଉ
Mamita Meher: ବିତିଲାଣି ୪ ମାସ, ନ୍ୟାୟ ଦାବିରେ ନବୀନ ନିବାସ ଘେରାଉ

ଭୁବନେଶ୍ବର: ବହୁଚର୍ଚ୍ଚିତ କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ବିତିଲାଣି ୪ ମାସ । ମାତ୍ର ଏଯାଏଁ ପୀଡି଼ତା ଓ ପରିବାରକୁ ନ୍ୟାୟ ମିଳିପାରିନାହିଁ । ଏହାସହିତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ନବୀନ ନିବାସ ଘେରାଉ କରିଛି ।

Mamita Meher: ବିତିଲାଣି ୪ ମାସ, ନ୍ୟାୟ ଦାବିରେ ନବୀନ ନିବାସ ଘେରିଲା BJP

ବିଜେପି କହିଛି ଯେ ରାଜ୍ୟ ସରକାରଙ୍କ ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି । ମମିତା ମେହେର ହତ୍ୟାର ୪ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଏଯାବତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାସହିତ ମମିତାକୁ ନ୍ୟାୟ ମଧ୍ୟ ଦେଇପାରିନାହାନ୍ତି ରାଜ୍ୟ ସରକାର । ସରକାରଙ୍କ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥାକୁ ନେଇ ଦଳ ରାଜମହଲ ଛକ ନିକଟରୁ ନବୀନ ନିବାସ ଅଭିମୁଖେ ଏକ ଶୋଭାଯାତ୍ରା ଆରମ୍ଭ କରିଛି ।

ଏହାସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ମଧ୍ୟ ଦାବି କରିଛି ବିଜେପି । ତେବେ ମମିତାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଦଳ ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Feb 8, 2022, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.