ETV Bharat / city

ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ BJPର ସମାଲୋଚନା, ମନ୍ଦିର ପ୍ରଶାସନକୁ ଦାୟୀ କଲେ ବିଜୟ

author img

By

Published : Apr 4, 2022, 2:25 PM IST

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବରିଷ୍ଠ ବିଜେପି ନେତାଙ୍କ ସମାଲୋଚନା
ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବରିଷ୍ଠ ବିଜେପି ନେତାଙ୍କ ସମାଲୋଚନା

ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ କଡା ସମାଲୋଚନା କରିଛି ବିଜେପି । ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବରିଷ୍ଠ ବିଜେପି ନେତା ସମାଲୋଚନା କରିଛନ୍ତି । ମନ୍ଦିର ଓ ଜିଲ୍ଲା ପ୍ରଶାସନ 3 ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲା । ଅଧିକ ପଢନ୍ତୁ

ଭୁବନେଶ୍ବର: ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ କଡା ସମାଲୋଚନା କରିଛି ବିଜେପି । ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବରିଷ୍ଠ ବିଜେପି ନେତା ସମାଲୋଚନା କରିଛନ୍ତି । ମନ୍ଦିର ଓ ଜିଲ୍ଲା ପ୍ରଶାସନ 3 ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲା । ତା ସତ୍ତ୍ବେ ବି ଏଭଳି ଘଟଣା ଘଟିଲା । ସେଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ଦାୟୀ । ରାଜ୍ୟ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ।

ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ କଡା ସମାଲୋଚନା କରିଛି ବିଜେପି

ସେ ଆହୁରି କହିଛନ୍ତି କାହାକୁ ସୁରକ୍ଷା ଦିଆନଯାଉ । ବିଶୃଙ୍ଖଳା ପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ଦାୟୀ କାର୍ଯ୍ୟାନୁଷ୍ଠାନ ହେଉ । ଶ୍ରୀମନ୍ଦିର ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ଶ୍ରୀମନ୍ଦିର ସୁରକ୍ଷା ନେଇ 4 ନଭେମ୍ବର 2019ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର 4ଟି କ୍ଷେତ୍ରରେ ଅବମାନନା କରୁଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ବେ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିନାହାନ୍ତି । ଯାହାକି କୋର୍ଟର ନିର୍ଦ୍ଦେଶର ଅବମାନନା । ତା ସହ ଚର୍ତୁପାର୍ଶ୍ବରେ ବିକାଶ ପାଇଁ ସେହି କାମ କରି ହେବ ଯେଉଁଥିରେ କୌଣସି ଆପତ୍ତି ନଥିବ । ଟେମ୍ପଲ ଫଣ୍ଡର ଅଡିଟ ସିଏଜିଙ୍କ ଦ୍ବାରା ହେଉନାହିଁ । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ବିଜୟ ।

ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ଦେବା ବେଆଇନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିବାଦ ରହିଛି । ASI, NMA ଚୁପ୍ ରହୁଛନ୍ତି । ଆର୍ଥିକ ସ୍ବାର୍ଥ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ବଡ଼ ବାବୁ ମାନେ ଏଭଳି କାମ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି । ତେଣୁ ସମୀକ୍ଷା ବୈଠକ କରନ୍ତୁ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ବିବାଦ ଚାଲିଛି । ତେଣୁ ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ମଧ୍ୟ ଏଏସଆଇ ଓ ଏନଏମଏ ଚୁପ ହୋଇଛନ୍ତି । ଏଏସଆଇ କୌଣସି ଏକ୍ସପର୍ଟ ଟିମ ନପଠାଇ ମଧ୍ୟ ଭୁଲ କରୁଛନ୍ତି । ଗାତ ଖୋଲିବା ସ୍ଥାନରେ ବର୍ତ୍ତମାନ ଟ୍ରକ ଟ୍ରକ ବାଲି ଭର୍ତ୍ତି କରାଯାଉଛି । ଯେହେତୁ ବେଆଇନ କାମ ହୋଇଥିଲା ତେଣୁ ବାଲି ଭର୍ତ୍ତି କରାଯାଉଛି ବୋଲି କହିଛନ୍ତି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.