ETV Bharat / city

ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଇସ୍ତଫା ଦାବି କଲା BJP

author img

By

Published : Sep 9, 2021, 8:21 PM IST

ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଇସ୍ଥଫା ଦାବି କଲା BJP
ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଇସ୍ଥଫା ଦାବି କଲା BJP

ବିଜେପି କର୍ମୀଙ୍କୁ ମାଡମାରି ଦଳରୁ ନିଲମ୍ବିତ ହୋଇଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ଦାବି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏସପି ଅଫିସ ଘେରିବାକୁ ଚେତାବନୀ ଦେଲା ବିଜେପି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଦବଙ୍ଗଗିରି ଦେଖାଇ ଦଳରୁ ନିଲମ୍ବିତ ହୋଇଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ଦାବି କଲା ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ପ୍ରଶାନ୍ତଙ୍କୁ ଗିରଫ କରିବା ନେଇ ଦାବି କରିଛନ୍ତି । ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଏସପି ଅଫିସ ଘେରିବାର ଚେତାବନୀ ମଧ୍ୟ ଦେଇଛି ବିଜେପି ।

ପୃଥୀରାଜ କହିଛନ୍ତି, କେବଳ ଦଳୀୟ କାର୍ଯ୍ୟାନୁଷ୍ଠାନ ହେଲେ ହେବନି, ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ବରୁପ ସେ ଗିରଫ ହେବା ଦରକାର। ଏନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ବିଜେପି ଏସସି ମୋର୍ଚ୍ଚା ମଙ୍ଗଳବାର ଏସପିଙ୍କ କାର୍ଯ୍ୟାଳୟ ଘେରିବା ସହ ରାଜ୍ୟ ଅନୁସୂଚିତ ଜାତି କମିଶନ ଏବଂ କେନ୍ଦ୍ର ଅନୁସୂଚିତ କମିଶନର ମଧ୍ୟ ଦ୍ଵାରସ୍ଥ ହେବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ପୃଥୀରାଜ ।

2ଜଣ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଆକ୍ରମଣ କରିଛନ୍ତି ବିଧାୟକ । ଏହାକୁ ବରଦାସ୍ଥ କରାଯିବନି, ବିଜେପି ଏହାର ଜବାବ ଦେବ। ଆମେ ପୋଲିସକୁ ସମୟ ଦେଇଛୁ। ଏବେ ପର୍ଯ୍ୟନ୍ତ ପୋଲିସ ସହଯୋଗ କରିଆସିଛି। ଆଶା କରିଛୁ ପୋଲିସ ବିଧାୟକଙ୍କୁ ଗିରଫ କରିବ । ଯଦି ପୋଲିସ ତାର କାମ ନ କରେ ତେବେ ଦଳ ରାସ୍ତାକୁ ଓହ୍ଲାଇବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି ପୃଥୀରାଜ ହରିଚନ୍ଦନ । ସେହିପରି କେବଳ ପ୍ରଶାନ୍ତ ନୁହଁନ୍ତି ବିଜେଡ଼ିର ଅନେକ ନେତାଙ୍କ ନାଁରେ ଅପରାଧିକ ଅଭିଯୋଗ ରହିଛି, ତା ପରେ ମଧ୍ୟ କେମିତି ନବୀନ ବାବୁ ତାଙ୍କୁ ବରଦାସ୍ତ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପୃଥୀରାଜ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.