ETV Bharat / city

Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ

author img

By

Published : Oct 16, 2022, 4:57 PM IST

Updated : Oct 16, 2022, 5:54 PM IST

Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ
Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ

ପ୍ଲାନିଂ ଡିଜାଇନ ଶେଷ । ଭୁବନେଶ୍ବର ରେଳଷ୍ଟେସନର ନବକଳେବର ହେବାକୁ ଯାଉଛି । ଏହାକୁ ବିଶ୍ବସ୍ତରୀୟ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନ (Bhubaneswar Railway Station)ର ହେବ ନବକଳେବର । ଖୁବଶୀଘ୍ର ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ବର ଷ୍ଟେସନ । ପ୍ଲାନିଂ, ଡିଜାଇନ ଶେଷ ହୋଇଥିବା ନେଇ ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Union Railway Minister Aswini Vaishnaw) ।

Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ

ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, " ଖୁବଶୀଘ୍ର ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ବର ଷ୍ଟେସନ । ପ୍ଲାନିଂ, ଡିଜାଇନ ଶେଷ ହୋଇଛି । ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଆଜି ଏହାର ସମୀକ୍ଷା କରାଯାଇଛି । ଏବେ ଚାଲୁଥିବା ଷ୍ଟେସନକୁ ଖୁବଶୀଘ୍ର ରିଲୋକେଟ କରାଯିବ । ଫଳରେ ଖୁବଶୀଘ୍ର ଗ୍ରାଉଣ୍ଡରେ କାମ ଆରମ୍ଭ ହେବ । ଖୁବଶୀଘ୍ର ଭୂମି ପୂଜନ ହେବ । ଏହାର କିଛି ମାସ ମଧ୍ୟରେ ଭୁବନେଶ୍ବର ରେଳ ଷ୍ଟେସନ ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ।"

ଖୁବଶୀଘ୍ର ଭୁବନେଶ୍ବର ରେଳ ଷ୍ଟେସନର ନବକଳେବର
ଖୁବଶୀଘ୍ର ଭୁବନେଶ୍ବର ରେଳ ଷ୍ଟେସନର ନବକଳେବର

ଏହା ବି ପଢନ୍ତୁ- Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନ

ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ବର ଷ୍ଟେସନ
ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ବର ଷ୍ଟେସନ

ଏହାସହ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳବାଇ ମହାପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ । ଏହା ସହ ଭୁବନେଶ୍ବର ରେଳ ଷ୍ଟେସନରେ କାର୍ଯ୍ୟ ଓ ବିଶ୍ବସ୍ତରୀୟ ଷ୍ଟେସନର କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ନୂଆ ରେଳ ଚଳାଚଳକୁ ନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ପ୍ଲାନିଂ ଡିଜାଇନ ଶେଷ
ପ୍ଲାନିଂ ଡିଜାଇନ ଶେଷ

ରେଳମନ୍ତ୍ରୀ ଖୋର୍ଦ୍ଧାରୋଡ- ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏହି କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ସେ କହିଛନ୍ତି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ କାମ ଜୋରସୋରରେ ଆଗେଇ ଚାଲିଛି । ୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଛି । ଏହାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ପଛରେ ଲାଗିପଡିଥିଲୁ । ଏବେ ରାଜ୍ୟ ସରକାର ଏଥିପାଇଁ ସୁପାରିଶ କରିଛନ୍ତି । ଖୁବଶୀଘ୍ର ଅନୁମତି ମିଳିଯିବ । ଏପଟେ ବଲାଙ୍ଗୀର ପାଖରୁ ମଧ୍ୟ ରେଳଲାଇନ କାମ ତ୍ବରିତ ହୋଇଛି । ସେହିପରି ଅନ୍ୟପଟରୁ ମଧ୍ୟ କାମ ଚାଲିଛି । ଓଡ଼ିଶାର ଏହି ସ୍ବପ୍ନର ପ୍ରକଳ୍ପ କାମ ଖୁବଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 16, 2022, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.