ETV Bharat / city

ରାଜ୍ୟରେ ସକ୍ରିୟ ଲଘୁଚାପ, ୧୪ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

author img

By

Published : Jul 16, 2022, 5:47 PM IST

ରାଜ୍ୟରେ ସକ୍ରିୟ ଲଘୁଚାପ, ପବନର ବେଗ ବଢିଲେ ପାଗରେ ହେବ ପରିବର୍ତ୍ତନ
ରାଜ୍ୟରେ ସକ୍ରିୟ ଲଘୁଚାପ, ପବନର ବେଗ ବଢିଲେ ପାଗରେ ହେବ ପରିବର୍ତ୍ତନ

ରାଜ୍ୟରେ ଗତ କିଛି ଦିନ ଧରି ସକ୍ରିୟ ରହିଛି ଲଘୁଚାପ । ପବନର ବେଗ ବଢିଲେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଲମ୍ବା ସମୟ ଧରି ସକ୍ରିୟ ରହିଛି ଲଘୁଚାପ । ଗତ ୯ ତାରିଖରୁ ସୃଷ୍ଟି ହୋଇଥିବା ଲଘୁଚାପ ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି । ଯେତେବେଳେ ପବନର ବେଗ ଅଧିକ ହେବ, ସେତେବେଳେ ପାଗରେ ପରିବତ୍ତର୍ନ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ବାୟୁମଣ୍ଡଳରେ ପବନର ବେଗ ଅଧିକା ନ ଥିବାରୁ ଲଘୁଚାପର ସ୍ଥାନ ପରିବତ୍ତର୍ନ ହେଉନାହିଁ । ଆଉ ବାୟୁମଣ୍ଡଳରେ ଏହାର ଚାପ ରହୁଛି ।

ରାଜ୍ୟରେ ସକ୍ରିୟ ଲଘୁଚାପ, ପବନର ବେଗ ବଢିଲେ ପାଗରେ ହେବ ପରିବର୍ତ୍ତନ

ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଏପରିକି ଯେଉଁ ଘୁର୍ଣ୍ଣିବଳୟ ରହୁଛି ତାହା ବି ଏତେଟା ଶକ୍ତ ନୁହେଁ । ଏଥିପାଇଁ ହିଁ ଅନେକ ଦିନ ଧରି ରାଜ୍ୟରେ ବର୍ଷା ଜାରି ରହିଛି । ତେଣୁ ଯେତେବେଳେ ପବନର ବେଗ ଅଧିକା ହେବ, ସେତେବେଳେ ପାଗରେ ପରିବତ୍ତର୍ନ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଏହାସହ ଆସନ୍ତାକାଲି ଠାରୁ ପାଗର ପରିବତ୍ତର୍ନ ହୋଇପାରେ ବୋଲି ସେ ଆକଳନ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ, ବରଗଡରେ ସର୍ବାଧିକ ୧୦୩ ମିମି ବର୍ଷା ରେକର୍ଡ କରାଯାଇଛି ।

ତେବେ ରାଜ୍ୟରେ ଲଘୁଚାପ ଓ ମୌସୁମୀ ସକ୍ରିୟ ସହ ବାୟୁମଣ୍ଡଳରେ ୭.୬ କିମି ପର୍ଯ୍ୟନ୍ତ ଘୁର୍ଣ୍ଣିବଳୟ ରହୁଛି । ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ, କଟକ, ବୌଦ୍ଧ, ବରଗଡ ଓ ବଲାଙ୍ଗୀର ଜିଲ୍ଲାରେ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ସକ୍ରିୟ ଥିବାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ୧୭ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ବୌଦ୍ଧ, ସୋନପୁର ଓ ଝାରସୁଗୁଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ୧୪ଟି ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.