ETV Bharat / city

Bargarh Road-Nawapara ରେଳ ଲାଇନକୁ ଗ୍ରୀନ ସିଗନାଲ, ରହିବ 14 ଷ୍ଟେସନ୍

author img

By

Published : Jan 3, 2022, 7:03 PM IST

Bargarh Road Nuapara new Rail
Bargarh Road Nuapara new Rail

ପଶ୍ଚିମ ଓଡିଶା ରେଳ ଯୋଗାଯୋଗ କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କଲେ କେନ୍ଦ୍ର ସରକାର । ବରଗଡ ରୋଡ - ନୂଆପଡା ନୂଆ ରେଳ ଲାଇନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଶ୍ଚିମ ଓଡିଶା ରେଳ ଯୋଗାଯୋଗ କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କଲେ କେନ୍ଦ୍ର ସରକାର । ବରଗଡ ରୋଡ - ନୂଆପଡା ନୂଆ ରେଳ ଲାଇନକୁ ମଞ୍ଜୁରୀ ଦେଇଛନ୍ତି (Centre Grants Approval For Bargarh Road-Nawapara Road Railway Line ) କେନ୍ଦ୍ର ସରକାର ।

ଏନେଇ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି (Railway Minister Ashwini Vaishnaw writes letter to Bargarh MP Suresh Pujari) । ରେଳମନ୍ତ୍ରୀ ଲେଖିଛନ୍ତି ପ୍ରସ୍ତାବିତ ବରଗଡ ରୋଡ-ନୂଆପଡା 142 କିଲୋମିଟର ବିଶିଷ୍ଟ ନୂଆ ରେଳ ଲାଇନକୁ ରେଳମନ୍ତ୍ରଣାଳୟ ନୀତିଗତ ଅନୁମୋଦନ ଦେଇଛନ୍ତି।

ବରଗଡ ରୋଡ - ନୂଆପଡା ନୂଆ ରେଳ ଲାଇନକୁ ମଞ୍ଜୁର
ବରଗଡ ରୋଡ - ନୂଆପଡା ନୂଆ ରେଳ ଲାଇନକୁ ମଞ୍ଜୁର

ଏହି 142 କିମି ରେଳପଥରେ ମୋଟ 14 ଟି ଷ୍ଟେସନ ରହିବ । ଏହି ରେଳପଥ ହେଲେ ରେଳ ଯୋଗାଯୋଗ କ୍ଷେତ୍ରରେ ବଡ ପରିବର୍ତ୍ତନ ଆସିବ । କେନ୍ଦ୍ର ସରକାର ଏହି ରେଳପଥକୁ ମଞ୍ଜୁର ଦେବା ପରେ ବରଗଡ ସାଂସଦ ସୁରେଶ ପୂଜାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ରେଳପଥ ପାଇଁ ବରଗଡ ସାଂସଦ ବାରମ୍ବାର ଦାବି କରିଆସୁଥିଲେ । ଏହାସହ ଗତ ଅଗଷ୍ଟ ମାସରେ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.