ETV Bharat / city

ଅରୁଣଙ୍କୁ ବଞ୍ଚାଇବେ ଦେଶର ଦାମିକିଆ ଓକିଲ: ଲେଖାଶ୍ରୀ ସାମନ୍ତସିଂହାର

author img

By

Published : Feb 23, 2021, 2:53 PM IST

ନୟାଗଡ଼ ପରୀ ହତ୍ୟା ମାମଲାରେ ପୁଣି ସରକାର ଓ ବିଜେଡିକୁ ଘେରିଛି ବିଜେପି । ସରକାର ପ୍ରମାଣ ନଷ୍ଟ କରିବାକୁ 4 ସପ୍ତାହ ମାଗିବା ଘଟଣାକୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଅରୁଣଙ୍କୁ ବଞ୍ଚେଇବେ ଦେଶର ଦାମିକିଆ ଓକିଲ, ପ୍ରମାଣ ନଷ୍ଟ କରିବାକୁ 4 ସପ୍ତାହ ମହଲତ ମାଗିଛନ୍ତି ସରକାର: ଲେଖାଶ୍ରୀ
ଅରୁଣଙ୍କୁ ବଞ୍ଚେଇବେ ଦେଶର ଦାମିକିଆ ଓକିଲ, ପ୍ରମାଣ ନଷ୍ଟ କରିବାକୁ 4 ସପ୍ତାହ ମହଲତ ମାଗିଛନ୍ତି ସରକାର: ଲେଖାଶ୍ରୀ

ଭୁବନେଶ୍ବର: ନୟାଗଡ଼ ପରୀ ହତ୍ୟା ମାମଲାରେ ପୁଣି ସରକାର ଓ ବିଜେଡିକୁ ଘେରିଛି ବିଜେପି । ସରକାର ପ୍ରମାଣ ନଷ୍ଟ କରିବାକୁ 4 ସପ୍ତାହ ମାଗିବା ଘଟଣାକୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଜାନୁଆରୀ 14ରେ ପରୀର ମାଆ ସୌଦାମିନି ସାହୁ ସୁପ୍ରିମକୋର୍ଟରେ କେସ୍ ଦଖଲ କରିଥିଲେ । ଗତକାଲି ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ କୋର୍ଟ । ହେଲେ ରାଜ୍ୟ ସରକାର ଏହି ତାରିଖରେ କୌଣସି ଉତ୍ତର ରଖି ପାରିନାହାନ୍ତି । ରାଜ୍ୟ ସରକାର ଓଡିଶାରେ ରଥଯାତ୍ରା ନ ହେଉ ବୋଲି ଯେଉଁ ଓକିଲ (ଇସି ଅଗ୍ରୱାଲ)କୁ ଦେଇଥିଲେ । ସେହି ଓକିଲଙ୍କୁ ପରୀ ମାମଲାରେ ରାଜ୍ୟ ସରକାର ତାଙ୍କ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ନିଯୁକ୍ତ ଦେଇଛନ୍ତି ।

ଅରୁଣଙ୍କୁ ବଞ୍ଚେଇବେ ଦେଶର ଦାମିକିଆ ଓକିଲ, ପ୍ରମାଣ ନଷ୍ଟ କରିବାକୁ 4 ସପ୍ତାହ ମହଲତ ମାଗିଛନ୍ତି ସରକାର: ଲେଖାଶ୍ରୀ

ଭାରତରେ ସର୍ବାଧିକ ପାଉଣା ନିଅନ୍ତି ଇସି ଅଗ୍ରୱାଲ । ରାଜ୍ୟ ସରକାର ସମସ୍ତ ତଥ୍ୟ ପ୍ରମାଣ ସୁପ୍ରିମକୋର୍ଟରେ ଦେବାକୁ କଣ ପାଇଁ ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବା ସହ ତାଙ୍କ ଖାସ ଲୋକ ବାବୁଲି ନାଏକ ଓ ଅନ୍ୟମାନଙ୍କୁ ଖସାଇବାକୁ ଚେଷ୍ଟା କରୁଛନ୍ତି ସରକାର । ତେଣୁ ପରୀ ମା'ର ବୟାନକୁ ଅଣଦେଖା କରିଆସୁଛନ୍ତି ସରକାର । ଯଦି ସରକାର ଓ ଏସଆଇଟି ପାଖରେ ସବୁ ତଥ୍ୟ ପ୍ରମାଣ ଅଛି ତେବେ କାହିଁକି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଇସି ଅଗ୍ରୱାଲଙ୍କୁ ନିଯୁକ୍ତ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ଚାର୍ଜସିଟ ଚିଲ୍‌ଡ୍ରେନ କୋର୍ଟରେ ଦାଖଲ କରାଯିବା ସତ୍ତ୍ବେ କାହିଁକି ଆହୁରି 4 ସପ୍ତାହ ମାଗିଛନ୍ତି ରାଜ୍ୟ ସରକାର । ତେଣୁ ଯାହା ଵି କିଛି ପ୍ରମାଣ ରହିଛି ସେଗୁଡିକୁ ନଷ୍ଟ କରିବା ପାଇଁ ସମୟ ମାଗିଛନ୍ତି ରାଜ୍ୟ ସରକାର । 5 ବର୍ଷର ଛୋଟ ଛୁଆକୁ ନ୍ୟାୟ ନଦେବା ପାଇଁ ରାଜ୍ୟ ସରକାର କେଉଁ ସ୍ତରକୁ ଯାଉଛନ୍ତି ତାହା ଓଡିଶାବାସୀ ଦେଖୁଛନ୍ତି । ଯଦି ସିବିଆଇକୁ କେସ ଦିଆଯାଏ ତାହେଲେ କେଵଳ ଯେ ପରୀ ନୁହେଁ ଆହୁରି 5 ହଜାର 5 ଶହ ଶିଶୁଙ୍କ ନିଖୋଜ ଘାଟଣା ଉନ୍ମୋଚନ ହୋଇପାରିବ ବୋଲି ଲେଖାଶ୍ରୀ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.