ETV Bharat / city

ପୁଣି ଲଭ ସେକ୍ସ ଧୋକା: ଯୁବକଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଯୁବତୀ

author img

By

Published : Dec 3, 2019, 8:51 PM IST

ବର୍ଷେ ତଳେ ମୋବାଇଲ ଷ୍ଟୋରରେ ଦେଖା ହୋଇଥିଲା ଯୁବକଙ୍କ ସହ । ପରେ ଯୁବକ ପ୍ରେମ କରିବା ସହ ପ୍ରତାରଣା କରିଥିଲେ । ଅଧିକ ପଢନ୍ତୁ..

ଲଭ ସେକ୍ସ ଧୋକା, ଯୁବକଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଯୁବତୀ
ଲଭ ସେକ୍ସ ଧୋକା, ଯୁବକଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ବର: ପ୍ରଥମେ ଫ୍ରେଣ୍ଡସିପ୍ ପରେ ଲଭ୍‌ । ଆଉ ତାପରେ ପରେ ଧୋକା । ଏକ ବର୍ଷ ତଳେ ମୋବାଇଲ ଷ୍ଟୋରରେ ଦେଖା ହୋଇଥିଲା ଯୁବକଙ୍କ ସହ । ପରବର୍ତ୍ତି ମୁହୂର୍ତ୍ତରେ ପ୍ରେମ ପରେ ଧୋକା ଦେଇଗଲା ଯୁବକ । ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଯୁବତୀ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ଲଭ ସେକ୍ସ ଧୋକା, ଯୁବକଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଯୁବତୀ

ଯୁବତୀ ଜଣଙ୍କ ଘର କଲିକୋତାରେ । ସେ ଦୀର୍ଘ ବର୍ଷ ଧରି ତାଙ୍କ ମାଆଙ୍କ ସହ ଭୁବନେଶ୍ବର ଲଷ୍ମୀସାଗର ଅଞ୍ଚଳରେ ରହିଆସୁଛନ୍ତି । ଯୁବତୀ ଜଣଙ୍କ ଏକ ପ୍ରାଇଭେଟ ସଂସ୍ଥାରେ କାର୍ଯ୍ୟରତ । ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରଥମ ଦେଖା ପରେ ଦୁଇ ଜଣଙ୍କ ମଧ୍ୟରେ ଫ୍ରେଣ୍ଡସିପ ହୋଇଥିଲା । ଏମିତି କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ବିବାହର ପ୍ରଲୋଭନ ଦେଖାଇ ଯୁବକ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।

ଏହାସହ ପୁରୀର ଏକ ମନ୍ଦିରରେ ଦୁଇ ଜଣ ବିବାହ କରିଛନ୍ତି ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ କିଛି ଟଙ୍କା ମାଗିଥିଲେ ଯୁବକଙ୍କ ପରିବାର । ହେଲେ ଯୁବତୀ ଜଣଙ୍କ ମନା କରିବାରୁ ଯୁବତୀଙ୍କୁ ଯୁବକଙ୍କ ପରିବାର ର୍ଦୁବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି । ଯାହାଫଳରେ ଏକ ବର୍ଷ ସମ୍ପର୍କକୁ ଧୋକା ଦେଇ ଯୁବକ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଯୁବତୀ କହିଛନ୍ତି । ଏତତ୍ ବ୍ୟତିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା କହିଛନ୍ତି ଯୁବତୀ ।

ଏହାକୁ ନେଇ ସେ 28 ଜୁନ 2019ରେ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ଯୁବତୀ ଜଣଙ୍କ 25 ଜୁଲାଇ 2019ରେ ମହିଳା କମିଶନଙ୍କ ନିକଟରେ ଆଭିଯୋଗ କରିଥିଲେ ।

ତେବେ ଯୁବତୀ ଜଣଙ୍କ ବାରମ୍ବାର ନ୍ୟାୟ ପାଇଁ ଦୀର୍ଘ ମାସ ଧରି ଦୌଡୁଛନ୍ତି ହେଲେ ନ୍ୟାୟ ମିଳିପାରିନାହୁଁ । ଆସନ୍ତା ମାସ 7 ତାରିଖରେ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ଚିଠି ଆସିଥିବା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଲଭ ସେକ୍ସ ଧୋକା, ମହିଳା କମିଶନଙ୍କ ନିକଟରେ ସଙ୍ଗିନ ଅଭିଯୋଗ ଆଣିଲେ ଯୁବତୀ।

ପ୍ରଥମେ ଫ୍ରେଣ୍ଡସିପି ପରେ ଲଭ ପରେ ଧୋକାରେ ଶେଷ। ଏକ ବର୍ଷ ତଳେ ମୋବାଇଲ ଷ୍ଟୋରରେ ଦେଖା ହୋଇଥିଲା ଯୁବକ ସହ। ପରବର୍ତ୍ତ ମୁହୂର୍ତ୍ତରେ ପ୍ରେମ ପରେ ଧୋକା ଦେଇଗଲା ଯୁବକ। ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଯୁବତୀ ସହ ଶାରୀରିକ ସମ୍ପର୍କ ରହୁଥିବା ଅଭିଯୋଗ ହୋଇଛି।




Body:

ଯୁବତି ଜଣଙ୍କ ଘର କଲିକତା। ହେଲେ ଭୁବନେଶ୍ୱରରେ ଦୀର୍ଘ ବର୍ଷ ଧରି ଯୁବତୀ ଓ ତାଙ୍କ ମାଆ ଙ୍କ ସହ ଲଷ୍ମୀସାଗର ଅଂଚଳରେ ରହିଆସୁଛନ୍ତି। ହେଲେ ଯୁବତୀ ଜଣଙ୍କ ଏକ ପ୍ରାଇଭେଟ ସଂସ୍ଥା ରେ କାର୍ଯ୍ୟରତ ରହିଛନ୍ତି। ଇତି ମଧରେ ପ୍ରଥମ ଦେଖାରେ ଲାଷ୍ମୀସାଗର ଅଂଚଳର ଜଣେ ଯୁବକଙ୍କ ଯାହାଙ୍କ ନାମ ସହ ସାକ୍ଷାତ ହୋଇଥିଲା ଯୁବତୀଙ୍କ ସହ। ହେଲେ ପ୍ରଥମ ଦେଖା ପରେ ଦୁଇ ଜଣ ଫ୍ରେଣ୍ଡସିପି କରିଥିଲେ। ଏମିତି କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ। ବିବାହର ପ୍ରଲୋଭନ ଦେଖାଇ ଦୁଇ ଜଣ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ପୁରୀରେ ଏକ ମନ୍ଦିରରେ ଦୁଇ ଜଣ ବିବାହ କରିଛନ୍ତି ବୋଲି ଯୁବତୀ ଜଣଙ୍କ କହିଛନ୍ତି। ଯାହା ଫଳରେ ଅଭିଯୋଗ ଅନୁଯାୟୀ ଯୁବତୀଙ୍କୁ କିଛି ଟଙ୍କା ମାଗିଥିଲେ ଯୁବକଙ୍କ ପରିବାର। ହେଲେ ଯୁବତୀ ଜଣଙ୍କ ମନା କରିବାରୁ ଯୁବତୀଙ୍କୁ ଯୁବକଙ୍କ ପରିବାର ବିଭିନ୍ନ ଦୃବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି। ଯାହା ଫଳରେ ଏକ ବର୍ଷ ସମ୍ପର୍କ କୁ ଧୋକା ଦେଇ ଯୁବକ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଯୁବତୀ କହିଛନ୍ତି। ଏହା ଛଡା ଜୀବନରୁ ମାରିଦେବା ପାଇଁ ଧମକ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଯୁବତୀ।

ଏହାକୁ ନେଇ ୨୮ ଜୁନ ୨୦୧୯ ରେ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ବାଧ୍ୟ ହୋଇ ଯୁବତୀ ଜଣଙ୍କ ୨୫ ଜୁନ ୨୦୧୯ ରେ ମହିଳା କମିଶନଙ୍କ ନିକଟରେ ଆଭିଯୋଗ କରିଛନ୍ତି। ତେବେ ଯୁବତୀ ଜଣଙ୍କ ବାରମ୍ବାର ନ୍ୟାୟ ପାଇଁ ଦୀର୍ଘ ମାସ ଧରି ଯାଉଛନ୍ତି। ହେଲେ ନ୍ୟାୟ ମିଳିପାରିନାହୁଁ। ଆସନ୍ତା ମାସ ୭ ତାରିଖରେ ମହିଳା କମିଶନଙ୍କ ନିକଟରେ ହାଜର ହେବେ ବୋଲି ଚିଠି ଦିଆଯାଇଛି। ତେବେ ଯୁବତୀଙ୍କୁ ଉଚିତ ନ୍ୟାୟ ଦେବା ସହ ଯୁବକକୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି।

Byte- ଯୁବତୀ।



Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.