ETV Bharat / city

Assembly Budget Session: 11.30 ଯାଏଁ ଗୃହ ମୁଲତବୀ

author img

By

Published : Mar 26, 2022, 11:03 AM IST

Updated : Mar 26, 2022, 11:16 AM IST

ବିଧାନସଭା ଦ୍ଵିତୀୟ ଦିନ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ପରେ ବାଚସ୍ପତି ଗୃହ କାର୍ଯ୍ୟ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ଅଧିକ ପଢ଼ନ୍ତୁ
Budget Session: 11.30 ଯାଏଁ ଗୃହ ମୁଲତବୀ
Budget Session: 11.30 ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭା ଦ୍ଵିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ କଂଗ୍ରେସ ସଦସ୍ୟ । ଗୃହ ପରିସ୍ଥିତି ଦେଖି ବାଚସ୍ପତି ଗୃହ କାର୍ଯ୍ୟ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ସଦସ୍ୟ।

Assembly Budget Session: 11.30 ଯାଏଁ ଗୃହ ମୁଲତବୀ

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିଥିଲେ। ଏହି ସମୟରେ ତାଙ୍କ ସହ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଗୃହର ମଧ୍ୟ ଭାଗରେ ଉପସ୍ଥିତ ଥିଲେ। ଆଜିର ଗୃହକାର୍ଯ୍ୟ ଆରମ୍ଭରୁ ଅନୁସୂଚିତ ଜନଜାତି ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ କହିବାକୁ ସୁଯୋଗ ଦେଇଥିଲେ ବାଚସ୍ପତି। ତେବେ ମନ୍ତ୍ରୀ କହିବା ଆରମ୍ଭ କରିବା ପୂର୍ବରୁ ହିଁ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଶେଷରେ ବାଧ୍ୟ ହୋଇ ଗୃହକୁ 11.30 ପର୍ଯ୍ୟନ୍ତ ମୁଲତବୀ କରିବାକୁ ପଡ଼ିଛି।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated :Mar 26, 2022, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.