ETV Bharat / city

ପ୍ରତିଷ୍ଠା ଦିବସରେ ଓଡିଶାକୁ 1 ନମ୍ବର କରିବାକୁ ବିଜେପିର ସଂକଳ୍ପ

author img

By

Published : Apr 6, 2021, 12:45 PM IST

ପ୍ରତିଷ୍ଠା ଦିବସରେ ଓଡିଶାକୁ 1 ନଂ କରିବାକୁ ବିଜେପିର ସଂକଳ୍ପ
ପ୍ରତିଷ୍ଠା ଦିବସରେ ଓଡିଶାକୁ 1 ନଂ କରିବାକୁ ବିଜେପିର ସଂକଳ୍ପ

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଆଜି ତାର 42ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ପୂର୍ବ ଭାରତରେ ଓଡିଶାକୁ 1ନଂ କରିବାକୁ ସମସ୍ତ ବିଜେପି କାର୍ଯ୍ୟକତ୍ତାଙ୍କୁ ସଂକଳ୍ପ ନେବାକୁ କହିଛନ୍ତି ସମୀର ମହାନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଜି ବିଜେପିର 42 ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି କାର୍ଯ୍ୟାକତ୍ତା ପ୍ରତିଷ୍ଠା ଦିବସ ପାଳନ କରିଛି । ସଭାପତି ସମୀର ମହାନ୍ତି ସମେତ ସମ୍ବିତ ପାତ୍ର ଓ ବିଜେପିର ନେତାମାନେ ଉପସ୍ଥିତି ଥିଲେ ।

ପ୍ରତିଷ୍ଠା ଦିବସରେ ଓଡିଶାକୁ 1 ନଂ କରିବାକୁ ବିଜେପିର ସଂକଳ୍ପ

ଏହି ଅବସରେ ସଭାପତି ସମୀର ମହାନ୍ତି କହିଛନ୍ତି, ଓଡିଶାରେ ବିଜେପିକୁ ସମର୍ଥନ ମିଳୁଛି । ଯାହା ଅତ୍ୟନ୍ତ ଉତ୍ସହଜନକ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ଦେଶଉପଯୋଗୀ ପଦକ୍ଷେପ କାର୍ଯ୍ୟକାରୀ ହୋଇଛି । ଆଜି ବିଜେପି ବିଶ୍ବରେ ଏକ ଶକ୍ତିଶାଳୀ ଦଳ ଭାବେ ନିଜକୁ ପ୍ରସ୍ତୁତ କରୁଛି । ବିଜେପିର ପ୍ରଥମେ ଦେଶ, ପରେ ଦଳ ବିଚାରଧାରା ନେଇ ଓଡିଶାବାସୀଙ୍କ ସମର୍ଥନ ପାଇବ । ଜନ ସମର୍ଥନ ପରେ ଓଡିଶାକୁ ପୂର୍ବ ଭାରତରେ 1ନଂ ରାଜ୍ୟ କରିବେ ବୋଲି ଆଜି ସମସ୍ତ ବିଜେପି କାର୍ଯ୍ୟକତ୍ତା ସଂକଳ୍ପ ନିଅନ୍ତୁ ବୋଲି ସଭାପତି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.